କନିକା ହେମଗିରରେ ରେଳରୋକ: କରୋନାରେ ବନ୍ଦ ପାସେଞ୍ଜର ପୁଣି ଚଳାଚଳ ଦାବି

Advertisment
କନିକା ହେମଗିରରେ ରେଳରୋକ: କରୋନାରେ ବନ୍ଦ ପାସେଞ୍ଜର ପୁଣି ଚଳାଚଳ ଦାବି

ସୁନ୍ଦରଗଡ଼: କନିକା ହେମଗିର ରେଳ ଷ୍ଟେସନ ଦେଇ ଚଳାଚଳ କରୁଥିବା ୬ଟି ପାସେଞ୍ଜର ଟ୍ରେନ ମହାମାରୀ କରୋନା ସମୟରେ ବନ୍ଦ ଥିଲା। କିନ୍ତୁ କରୋନା କଟକଣା ହଟିବା ଓ ସ୍ଥିତି ସ୍ବାଭାବିକ ହେବା ପରେ ଏ ପଥରେ ଅନ୍ୟ ସବୁ ଟ୍ରେନ ଚଳାଚଳ କରୁଥିଲେ ମଧ୍ୟ ପାସେଞ୍ଜର ଟ୍ରେନ ପୂର୍ବ ପରି ବନ୍ଦ ରହିଥିବାରୁ ହେମଗିର ବ୍ଲକ କନିକା ରେଳ ଷ୍ଟେସନ ଉପରେ ନିର୍ଭର କରୁଥିବା‌ ଅଞ୍ଚଳବାସୀ ଏହାର ବିରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି କନିକା ରେଳ ଷ୍ଟେସନରେ ଆନ୍ଦୋଳନକାରୀ ରେଳରୋକ କରିଛନ୍ତି। ସକାଳୁ କନିକା ହେମଗିର ଷ୍ଟେସନରେ ଶତାଧିକ ଆନ୍ଦୋଳନକାରୀ ପହଞ୍ଚି ରେଳ ଲାଇନକୁ ଅବରୋଧ କରିଛନ୍ତି। ଫଳରେ ସମସ୍ତ ଯାତ୍ରୀବାହୀ ଏକ୍ସପ୍ରେସ ଓ ମାଲ୍ ବୋଝେଇ ଟ୍ରେନ୍ ଚଳାଚଳ ବନ୍ଦ ରହିଛି।

publive-image

ପ୍ରକାଶଯୋଗ୍ୟ, ହେମଗିର ଓ ଲେଫ୍ରିପଡ଼ାର ସାଧାରଣଲୋକଙ୍କ ସହ ଛୋଟ ‌ବ୍ୟବସାୟୀମାନେ ଝାରସୁଗୁଡ଼ା, ରାୟଗଡ଼, ରାୟପୁର ଯିବାକୁ କନିକା ରେଳ ଷ୍ଟେସନ ଦେଇ ଯାଉଥିବା ପାସେଞ୍ଜର ଟ୍ରେନ ଉପରେ ନିର୍ଭର କରି ଆସୁଥିଲେ। କିନ୍ତୁ ଟ୍ରେନ ବନ୍ଦ ହୋଇଯିବା ଫଳରେ ଲୋକଙ୍କ ରେଳ ଯାତାୟତ ଠପ୍‌ ହୋଇଯାଇଛି। ଅନ୍ୟ ସବୁ ଏକ୍ସପ୍ରେସ ଟ୍ରେନର ରହଣି କନିକା ଷ୍ଟେସନରେ ନଥିବାରୁ ଲୋକେ ଦୂର ସ୍ଥାନକୁ ଯାତାୟତ ନେଇ ଅସୁବିଧାରେ ପଡ଼ିଛନ୍ତି। ଏସ୍ଥିତିରେ ତୁରନ୍ତ ଉକ୍ତ ପାସେଞ୍ଜର ଟ୍ରେନ ଚଳାଚଳ କରିବାକୁ ଅଞ୍ଚଳବାସୀ ଦାବି କରି ବିଭାଗୀୟ କର୍ତ୍ତୃପକ୍ଷ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିଲେ। ମେ’ ୩୧ ସୁଦ୍ଧା ଦାବି ପୂରଣ ନହେଲେ ଜୁନ୍‌ ୫ରୁ ରେଳରୋକ କରିବାକୁ ଚେତାବନୀ ଦିଆଯାଇଥିଲା। ହେଲେ ତା ପୂର୍ବରୁ ଜୁନ୍‌ ୩ ତାରିଖରେ ଦକ୍ଷିଣ ପୂର୍ବ ରେଳପଥ ବିଳାସପୁର ଜୋନର ଏଆରଏମ ହେମଗିର ଆସି ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ୨ଟି ଟ୍ରେନ ୨ଟି ଟ୍ରେନ ଝାରସୁଗୁଡ଼ା-ଗୋନ୍ଦିଆ ମେମୋ ଓ ଗୋନ୍ଦିଆ-ଝାରସୁଗୁଡ଼ା ମେମୋ ଚଳାଚଳ ନେଇ ପ୍ରତିଶ୍ରୁତି ଦେବା ପରେ ରେଳରୋକ ଆନ୍ଦୋଳନକୁ ୧୨ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଥିଲା। କିନ୍ତୁ ୧୧ ତାରିଖ ସୁଦ୍ଧା ପ୍ରତିଶ୍ରୁତି ମୁତାବକ ରେଳ ବିଭାଗ ପଦକ୍ଷେପ ନେଇ ନଥିବାରୁ ୧୨ ତାରିଖ ସକାଳୁ ରେଳରୋକ ଡାକରା ଦିଆଯାଇଥିବା କନିକା ସରପଞ୍ଚ ଶାନ୍ତି ଧୃଆ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe