ରାଉରକେଲା ଷ୍ଟେସନ ଓ ଆରଏସପି ପରିଦର୍ଶନ କଲେ ରେଳବାଇ ବୋର୍ଡ ଅଧ୍ୟକ୍ଷ

Advertisment
ରାଉରକେଲା ଷ୍ଟେସନ ଓ ଆରଏସପି ପରିଦର୍ଶନ କଲେ ରେଳବାଇ ବୋର୍ଡ ଅଧ୍ୟକ୍ଷ

ରାଉରକେଲା: ରେଳବାଇ ବୋର୍ଡର ଅଧ୍ୟକ୍ଷ ବିନୟ କୁମାର ତ୍ରିପାଠୀ ଶନିବାର ରାତିରେ ଆସି ରାଉରକେଲାରେ ପହଞ୍ଚିଥିଲେ। ରାଉରକେଲା ଇସ୍ପାତ କାରଖାନା ଅଧିକାରୀ, ରେଳବାଇ ଅଧିକାରୀ ଏବଂ କର୍ମଚାରୀମାନେ ରେଳବାଇ ବୋର୍ଡର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କୁ ସ୍ୱାଗତ କରିଥିଲେ। ଷ୍ଟେସନରୁ ଶ୍ରୀ ତ୍ରିପାଠୀ ରାଉରକେଲା ହାଉସକୁ ଯାଇଥିଲେ।

publive-image

ଆଜି ଶ୍ରୀ ତ୍ରିପାଠୀ ଆରଏସପି ପରିଦର୍ଶନ କରିଛନ୍ତି। ପରେ ରାଉରକେଲା ଏବଂ ବନ୍ଧମୁଣ୍ଡା ଷ୍ଟେସନରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ଯାଞ୍ଚ କରିଛନ୍ତି। ରେଳ ବୋର୍ଡ ଅଧ୍ୟକ୍ଷଙ୍କ ସହ ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇର ଜିଏମ୍ ଅର୍ଚ୍ଚନା ଯୋଶୀ ଏବଂ ଜୋନ୍ ର ବରିଷ୍ଠ ଅଧିକାରୀମାନେ ଏହି ଗସ୍ତରେ ସାମିଲ ଥିଲେ। ରେଳବାଇ ବୋର୍ଡ ଅଧ୍ୟକ୍ଷ ବିନୟ କୁମାର ତ୍ରିପାଠୀଙ୍କ ଗସ୍ତ ସମୟରେ ଷ୍ଟେସନରୁ ତାଙ୍କ ରହିବା ସ୍ଥାନ ରାଉରକେଲା ହାଉସ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe