ପରିବା ଦର ଆକାଶ ଛୁଆଁ, ଆଳୁ ପିଆଜ ମହଙ୍ଗା, ସହରରେ ନାହାନ୍ତି ସ୍ଥାୟୀ ଯୋଗାଣ ଅଧିକାରୀ

ପରିବା ଦର ଆକାଶ ଛୁଆଁ, ଆଳୁ ପିଆଜ ମହଙ୍ଗା, ସହରରେ ନାହାନ୍ତି ସ୍ଥାୟୀ ଯୋଗାଣ ଅଧିକାରୀ

FMT Magazine

ରାଉରକେଲା : ପରିବା ଦର ଆକାଶ ଛୁଆଁ। ଆଳୁ, ପିଆଜ ମହଙ୍ଗା। ବଜାରକୁ ବ୍ୟାଗ ନେଇ ଗଲେ ମଧ୍ୟ ଭର୍ତ୍ତି ପରିବା ଆଣିବାକୁ ସାହସ ହେଉ ନାହିଁ । ପରିବା ବ୍ୟବସାୟୀମାନେ କାର୍ତିକ ମାସ ନାଁରେ ଗ୍ରାହକଙ୍କୁ ଲୁଟି ଚାଲିଛନ୍ତି। କିନ୍ତୁ ଏମାନଙ୍କ ଉପରେ ନଜର ରଖିବାକୁ ଥିବା ଯୋଗାଣ ବିଭାଗ ଅଧିକାଧରୀ ପଦବି ଖାଲି । ରାଜଗାଙ୍ଗପୁରରେ ଥିବା ଯୋଗାଣ ଅଧିକାରୀ ଏଠାରେ ଅସ୍ଥାୟୀ ଭାବେ କାମ ଚଳାଉଛନ୍ତି। ଜଣେ ଅଧିକାରୀ ଦୁଇ ଦୁଇଟି ସହର ଦାୟିତ୍ବରେ ରହିବା କାରଣରୁ ଠିକ ଭାବେ ବଜାର ଉପରେ ନଜର ରଖିବା କଷ୍ଟକର ହୋଇ ପଡ଼ୁଛି। ଯାହାର ଫାଇଦା ନେଉଛନ୍ତି ମୁନାଫାଖୋର ବ୍ୟବସାୟୀ ।

ପୂର୍ବରୁ ରାଉରକେଲା ଯୋଗାଣ ବିଭାଗ କାର୍ଯ୍ୟାଳୟରେ ସହକାରୀ ଯୋଗାଣ ଅଧିକାରୀ ପଦବି ଥିଲା। କିଛି ଦିନ ତଳେ ଏହି ପଦବିକୁ ଉନ୍ନତି କରାଯାଇ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ କରାଯାଇଛି। ପୂର୍ବରୁ ଏଠାରେ ରାମଚନ୍ଦ୍ର ଟୁଡୁ ଥିଲେ। କିନ୍ତୁ ଶ୍ରୀ ଟୁଡୁ ଜିଲ୍ଲା ଯୋଗାଣ ଅଧିକାରୀ ଭାବେ ପଦନ୍ନୋତି ପାଇବା ପରେ ତାଙ୍କର ବଦଳି ସମ୍ବଲପୁର ଜିଲ୍ଲାକୁ ହୋଇଛି। ଏଠାରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ପଦବି ଖାଲି ପଡିଥିବା ବେଳେ ରାଜଗାଙ୍ଗପୁର ଯୋଗାଣ ବିଭାଗ ଦାୟିତ୍ୱରେ ଥିବା ମିଲନ ମାଝୀଙ୍କୁ ରାଉରକେଲାର ଅସ୍ଥାୟୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ଦୀର୍ଘ ୫ ବର୍ଷ ହେବ ରାଉରକେଲା ରେ ଯୋଗାଣ ବିଭାଗରେ ଜଣେ ସ୍ଥାୟୀ ଯୋଗାଣ ଅଧିକାରୀ ନାହାନ୍ତି। ସହରରେ ଦରଦାମ ନିୟନ୍ତ୍ରଣ କରିବା ଦିଗରେ ଯୋଗାଣ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୁର୍ଣ ହୋଇଥାଏ। ମାତ୍ର କଣ ପାଇଁ ଆଜି ପର୍ଯ୍ୟନ୍ତ ସରକାର ଜଣେ ସ୍ଥାୟୀ ଯୋଗାଣ ଅଧିକାରୀଙ୍କୁ ନିଯୁକ୍ତି ଦେଇନାହାନ୍ତି ତାହା ମଧ୍ୟ ବଡ ପ୍ରଶ୍ନ। ସ୍ଥାୟୀ ଯୋଗାଣ ଅଧିକାରୀଙ୍କ ନଥିବାରୁ ସହରରେ ଦରଦାମ ବୁଦ୍ଧି ପାଇବାରେ ଲାଗିଛି ଓ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe