ରାଉରକେଲା: ମୋବାଇଲ୍‌ ଫୋନ୍‌ ଟାଓ୍ଵାର୍‌ରେ ସର୍ଟସର୍କିଟ୍‌ ହୋଇ ଘରେ ଲାଗିଲା ନିଆଁ

ରାଉରକେଲା: ମୋବାଇଲ୍‌ ଫୋନ୍‌ ଟାଓ୍ଵାର୍‌ରେ ସର୍ଟସର୍କିଟ୍‌ ହୋଇ ଘରେ ଲାଗିଲା ନିଆଁ

ସାରନଗରୀ: ରବିବାର ଭୋର୍‌ ପ୍ରାୟ ୫ଟା ସମୟରେ ରାଉରକେଲାର ରଙ୍ଗିଲାଛକ ନିକଟରେ ଥିବା ଏୟାର୍‌ଟେଲ୍‌ ମୋବାଇଲ୍‌ ଫୋନ୍‌ ଟାଓ୍ଵାର୍‌ରେ ସର୍ଟସର୍କିଟ୍‌ ହୋଇ ସେଠାରେ ଥିବା ହରେନ୍ଦ୍ର ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲାଗିଯାଇଥିଲା।

ଘରପୋଡ଼ି ଯୋଗୁଁ ଯାଦବଙ୍କର ସବୁ ଘରକରଣା ଜିନିଷ ଓ ନଗତ ୨୩ ହଜାର ଟଙ୍କା ପୋଡ଼ି ଯାଇଛି।

ସକାଳେ ହରେନ୍ଦ୍ରଙ୍କ ପତ୍ନୀ ମୀନା ଖଣ୍ଡେ ଦୂରରେ ଥିବା ଟିଉବ୍‌େଓ୍ଵଲ୍‌କୁ ପାଣି ପାଇଁ ଯାଇଥିବା ବେଳେ ଘରେ ନିଆଁ ଲାଗିଥିବା କଥା ସ୍ଥାନୀୟ ଲୋକେ ଦେଖିଥିଲେ। ସେମାନେ ଚିତ୍କାର କରିବା ସହ ଘର ଭିତରେ ଶୋଇଥିବା ୫ଟି ଛୋଟ ଝିଅଙ୍କୁ ପଦାକୁ ବାହାର କରି ଆଣିଥିଲେ।

ଖବର ପାଇ ଟାଙ୍ଗରାପାଲି ପୁଲିସ ଓ ଟାଓ୍ଵାର୍‌ର ଉଚ୍ଚପଦସ୍ଥ କର୍ମଚାରୀ ଆସି ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି। ଦୀର୍ଘ ଆଠ ବର୍ଷ ହେବ ହରେନ୍ଦ୍ର ଉକ୍ତ ଟାଓ୍ଵାର୍‌ରେ କାମ କରି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe