Odisha Bytes
ରାଉରକେଲା: ରାଉରକେଲାର ସ୍ୱତନ୍ତ୍ର କାରାଗାର ଏବେ କରୋନା ଆକ୍ରାନ୍ତଙ୍କ ହଟସ୍ପଟ ପାଲଟିଛି। ଆଜି ଜିଲ୍ଲାରେ ୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିମଧ୍ୟରୁ ୫୪ ଜଣ ହେଉଛନ୍ତି ବିଚାରାଧୀନ କଏଦୀ। କରୋନା ଆକ୍ରାନ୍ତମାନଙ୍କୁ ଜେଲ୍ ହସ୍ପିଟାଲ୍ ମଧ୍ୟରେ ସ୍ପତନ୍ତ୍ର ୱାର୍ଡ କରାଯାଇ ସଂଗରୋଧରେ ରଖାଯାଇଛି। ଜେଲ୍ ଡାକ୍ତର ସେମାନଙ୍କର ଚିକିତ୍ସା କରୁଛନ୍ତି।
Facebookସୂଚନାଯୋଗ୍ୟ, ସ୍ୱତନ୍ତ୍ର କାରଗାରରୁ ଏଯାଏଁ ସମୁଦାୟ ୧୧୪ ଜଣ କଏଦୀ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏହା ଛଡ଼ା ୫ ଜଣ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ତେବେ, ସମସ୍ତ କଏଦୀଙ୍କର ରାପିଡ ଆଣ୍ଟିଜେନ ପରୀକ୍ଷା ସରିସାରିଛି। ବାକି ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିବାରୁ ସଂଖ୍ୟାରେ ଆଉ ବୃଦ୍ଧି ହେବାର ଆଶଙ୍କା ନାହିଁ ବୋଲି ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
Follow Us