ରାଉରକେଲାରୁ ପଠାଗଲା ୧୨ ନିଜାମୁଦ୍ଦିନ ଫେରନ୍ତାଙ୍କ ନମୁନା

Advertisment

କୋରାପୁଟରୁ ୨ ଜଣ ଯାଇଥିଲେ ନିଜାମୁଦ୍ଦିନ

କୋରାପୁଟରୁ ୨ ଜଣ ଯାଇଥିଲେ ନିଜାମୁଦ୍ଦିନ

ଦେଶରେ କରୋନା ଟେଷ୍ଟିଂ ୨ ମାସରେ ୧୦୦ ଗୁଣ

eenews.india.com

ରାଉରକେଲା : ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗଦେଇ ରାଉରକେଲାକୁ ଫେରିଥିବା ୧୨ ଜଣଙ୍କୁ ଜିଲ୍ଲା ପ୍ରଶାସନ ଠାବ କରିଛି। ଯଦିଓ ସେମାନଙ୍କଠାରୁ କରୋନା ସଂକ୍ରାନ୍ତ ଲକ୍ଷଣ ନାହିଁ, ତଥାପି ସତର୍କତାମୂଳକ ପଦକ୍ଷେପ ସଦୃଶ ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍) ସ୍ଥିତ ଆଇସୋଲେନ୍ ସେଣ୍ଟର୍‌ରେ ରଖାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହା ଯାଇଛି। ଏହାସହ ସେମାନଙ୍କ ନମୁନା ପରୀକ୍ଷା ପାଇଁ ମଧ୍ୟ ପଠାଯାଇଛି। ଏ ପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ୧୨ ଜଣଙ୍କ ଭିତରୁ ସମସ୍ତେ କିନ୍ତୁ ରାଉରକେଲାର ନୁହନ୍ତି। ସେମାନଙ୍କ ଭିତରେ କେତେ ଜଣ ରାଉରକେଲାର ହୋଇଥିବା ବେଳେ ଅବଶିଷ୍ଟ ରାଜ୍ୟର ବିଭିନ୍ନ ଅଞ୍ଚଳରେ। ସେମାନେ ଦିଲ୍ଲୀରୁ ଫେରି ଏଠାରେ ଆସି ରହୁଥିଲେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ନିଜାମୁଦ୍ଦିନ ଫେରନ୍ତା ଏହି ୧୨ ଜଣଙ୍କ ବ୍ୟତୀତ ‌ଆହୁରି ୧୦ ଜଣ ଆର୍‌ଜିଏଚ୍‌ ଆଇସୋଲେସନ ୱାର୍ଡରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ କୋଇଡ଼ା ଅଞ୍ଚଳର ଥିବାବେଳେ ଅନ୍ୟମାନେ ରାଉରକେଲାର। ଆଇସୋଲେସନ୍ ୱାର୍ଡରେ ଥିବା ଏହି ୧୦ ଜଣଙ୍କ ମଧ୍ୟ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ତେବେ ଏମାନଙ୍କର ମଧ୍ୟ ରିପୋର୍ଟ ହସ୍ତଗତ ହୋଇନାହିଁ।

କୋରାପୁଟରୁ ୨ ଜଣ ଯାଇଥିଲେ ନିଜାମୁଦ୍ଦିନ
କୋରାପୁଟ : ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ କୋରାପୁଟର ୨ଜଣ ବ୍ୟକ୍ତି ଯୋଗ ଦେଇଥିଲେ। ଏମାନଙ୍କ ଭିତରୁ କୋଟପାଡ଼ ଓ ଜୟପୁରର ଜଣେ ଲେଖାଏଁ ଲୋକ ରହିଥିବା ଜଣାପଡ଼ିଛି। ତେ‌ବେ ଏମାନେ ଏହି ସମାବେଶରୁ ଆଉ ଘରକୁ ଫେରି ନାହାନ୍ତି। ଅଲଗା ଅଲଗା ସ୍ଥାନରେ ରହି ଯାଇଛନ୍ତି। ଏ ନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏହି ସମାବେଶରେ ଓଡ଼ିଶାରୁ ଯେଉଁମାନେ ଯୋଗ ଦେଇଥିଲେ ସେମାନଙ୍କୁ ଏବେ ଖୋଜା ଯାଇ ଏକାନ୍ତବାସରେ ରଖାହେଉଛି। ଜୟପୁର ଓ କୋଟପାଡ଼ରୁ ଜଣେ ଲେଖାଏଁ ଏହି ସମାବେଶରେ ଯୋଗ ଦେଇଥିବା ବେଳେ ସେମାନେ ଏଯାଏ ଘରକୁ ଫେରିନାହାନ୍ତି। ବର୍ତ୍ତମାନ ଜଣେ ଆନ୍ଧ୍ରର ଗୁଂଟୁର ଓ ଅନ୍ୟ ଜଣେ ଦିଲ୍ଲୀରେ ଅଛନ୍ତି ବୋଲି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଉଭୟ ପରିବାର ସହ ଯୋଗାଯୋଗ କରାଯାଇଛି। ସମାବେଶକୁ ଯାଇଥିବା ଏହି ଲୋକଙ୍କୁ ଏବେ ଓଡ଼ିଶା ନ ଆସିବା ପାଇଁ ବାରଣ କରାଯାଇଛି। ଯଦି ସେମାନେ ଓଡ଼ିଶା ଆସନ୍ତି, ତେବେ ପ୍ରଶାସନକୁ ଏଥିନେଇ ଖବର ଦେବାକୁ ନିର୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ପ୍ରଶାସନ ଓ ପୁଲିସ ଏବେ ଏହି ଦୁଇ ଲୋକଙ୍କ ପରିବାର ସଦସ୍ୟଙ୍କ ଉପରେ ନଜର ରଖିଛି। ସେମାନଙ୍କ ସହ ନିୟମିତ ଯୋଗାଯୋଗ ରଖାଯାଇଛି। ସମାବେଶରେ ଯୋଗ ଦେଇଥିବା ଉଭୟ ଏକାନ୍ତବାସରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe