ଜମନକିରା ଆନ୍ଧ୍ର ବ୍ୟାଙ୍କରେ ଡକାୟତି : ବନ୍ଧୁକ ମୁନରେ ୧୧ ଲକ୍ଷ ଲୁଟ୍‌

Advertisment
ଜମନକିରା ଆନ୍ଧ୍ର ବ୍ୟାଙ୍କରେ ଡକାୟତି : ବନ୍ଧୁକ ମୁନରେ ୧୧ ଲକ୍ଷ ଲୁଟ୍‌

ଜମନକିରା : ଜମନକିରା ଆନ୍ଧ୍ର ବ୍ୟାଙ୍କରୁ ଶୁକ୍ରବାର ଅପରାହ୍‌ଣ ୩ଟା ୧୫ରେ ଡକାୟତି ହୋଇଛି। ୩ ଜଣ ଦୁର୍ବୃତ୍ତ ବ୍ୟାଙ୍କ ମ୍ୟାନେଜର ସୁଶାନ୍ତ ଶେଖର ସାମନ୍ତଙ୍କୁ ରିଭଲରଭର ଦେଖାଇ ମାଡ଼ ମାରିଥିଲେ। ପରେ କ୍ୟାସ କ୍ୟାଉଣ୍ଟରକୁ ଯାଇ ଫିଲ୍ଡ ଅଫିସରଙ୍କୁ ନିବୁଜ କୋଠରିରେ ବନ୍ଦ କରି ତାଲା ଦେଇ କାଉଣ୍ଟର ଡ୍ରୟରରୁ ୧୦ ଲକ୍ଷ ୯୩ ହଜାର ୫୦୦ ଟଙ୍କା ଲୁଟି ନେଇଥିଲେ। ବ୍ୟାଙ୍କ ଭିତରେ ମ୍ୟାନେଜର, ଫିଲ୍ଡ ଅଫିସର, ପିଅନ ଓ ବ୍ୟାଙ୍କ ମିତ୍ର ତଥା ଦୁଇ ଜଣ ଗ୍ରାହକ ଥିଲେ। ସେମାନଙ୍କୁ ରିଭଲଭର ଦେଖାଇ ଭୟଭୀତ କରି ରଖିଥିଲେ। ବ୍ୟାଙ୍କରୁ ଡକାୟତି ପରେ ଜମନକିରା-ଫାଶିମାଲ ରାସ୍ତାରେ ଫେରାର୍‌ ହୋଇ ଯାଇଥିଲେ। ବାହାରୁ କେତେ ଜଣ ଗ୍ରାହକଙ୍କ ଉଦ୍ୟମରେ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା। ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ସୂଚନା ପାଇ ଜମନକିରା ପୁଲିସ ଚାରି ପଟୁ ରାସ୍ତାକୁ ସିଲ୍‌ କରିଥିଲା। ପୁଲିସ ଦୁର୍ବୃତ୍ତଙ୍କୁ ଧରିବା ପାଇଁ କେନାଢିପା ପଞ୍ଚାୟତ ଡମଗାଁ ଜଙ୍ଗଲକୁ ଚାରିପଟୁ ସିଲ କରି ଜଗିଛି। ରାତି ୮ଟା ସୁଦ୍ଧା ଦୁର୍ବୃତ୍ତମାନେ ଧରା ପଡ଼ିନାହାନ୍ତି। ତେବେ, କେନାଢିପା ଗାଁ ଦେଇ ଏକ ବାଇକରେ ଯାଉଥିବା ୩ ଜଣ ଆରୋହୀଙ୍କୁ ଥାନାକୁ ଧରି ଆଣି ଅଟକ ରଖିଛି।

ରାଇସ୍‌ ମିଲ୍‌ କର୍ମଚାରୀଙ୍କଠୁ ଝାମ୍ପିନେଲେ ୪.୫ ଲକ୍ଷ

ରାଉରକେଲା : ବିଶ୍ରାସ୍ଥିତ ‘ମା’ ଭଗବତୀ ରାଇସ୍‌ ମିଲ୍‌’ର କର୍ମଚାରୀ ସୁନୀଲ୍‌ ଏକ୍କା (୩୦) ଆଜି ସିଭିଲ୍‌ଟାଉନ୍‌  ଶିଳ୍ପାଞ୍ଚଳ ଶାଖା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରୁ ୪ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ଫେରୁଥିବା ବେଳେ ଦୁଇ ଜଣ ବାଇକ୍‌ ଚଢ଼ା ଦୁର୍ବୃତ୍ତ  ତାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପି ଚମ୍ପଟ୍‌ ମାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe