ସୁନ୍ଦରଗଡ଼: ମୁଖାପିନ୍ଧା ଦୁର୍ବୃତ୍ତ ୧୦୦ ଟଙ୍କା ପେଟ୍ରୋଲ ମାଗିଲେ, କ୍ୟାସିୟରଙ୍କ ଠାରୁ ୭୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

Advertisment
ସୁନ୍ଦରଗଡ଼: ମୁଖାପିନ୍ଧା ଦୁର୍ବୃତ୍ତ ୧୦୦ ଟଙ୍କା ପେଟ୍ରୋଲ ମାଗିଲେ, କ୍ୟାସିୟରଙ୍କ ଠାରୁ ୭୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

କୁତ୍ରା: ମୁଖାପିନ୍ଧା ୨ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ରବିବାର ସନ୍ଧ୍ୟାରେ ୭୬ ହଜାର ୫୦୦ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍‌ କଡ଼ରେ କୁତ୍ରା ଛକ ନିକଟରେ ଥିବା ସତ୍ୟମ ଫିଲିଙ୍ଗ୍‌ ଷ୍ଟେସନ୍‌ର କ୍ୟାସିୟର ଗୋବର୍ଦ୍ଧନ ହାହାଙ୍କ ଠାରୁ ୭୬ ହଜାର ଟଙ୍କା ଲୁଟ କରିଛନ୍ତି। ଏଥି ସହିତ ଦୁର୍ବୃତ୍ତମାନେ କ୍ୟାସ କାଉଣ୍ଟରେ ବସିଥିବା ରୋସନ ବସ ମାଲିକ ପ୍ରତାପ କୁମାର ପଟେଲଙ୍କ ଠାରୁ ୬୫୦୦ ଟଙ୍କା ଓ ଏକ ଚେକ ବୁକ୍‌ ଲୁଟ କରି ଫେରାର ହୋଇ ଯାଇଛନ୍ତି।

publive-image

ରିପୋର୍ଟ ଅନୁସାରେ ମୁଖାପିନ୍ଧା ଦୃର୍ବୃତ୍ତମାନେ ଏକ ପଲସରରେ ଆସି ଡେଲିଭରି କର୍ମୀ ଶିବ ଶଙ୍କରଙ୍କୁ ଶହେ ଟଙ୍କା ପେଟ୍ରୋଲ ମାଗିବା ପରେ କ୍ୟାସ କାଉଣ୍ଟରକୁୁ ପ୍ରବେଶ କରିିଥିଲେ। ଏହା ପରେ ସେମାନେ କାଉଣ୍ଟର ମଧ୍ୟରେ ଆତଙ୍କ ରାଜ କରିଥିଲେ। ଟଙ୍କା ଲୁଟ୍‌ ପରେ ଘଟଣାସ୍ଥଳରୁ ଦ୍ରୁତ ଗତିରେ ଫେରାର ହୋଇ ଯାଇଥିଲେ। ସୂଚନା ମିିଳିବା ପରେ ପୁଲିସ ଘଟଣାସ୍ଥଳକୁ ପହଂଚି ଛାନଭିନ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe