Advertisment

Common Causes of Road Accidents: ରାସ୍ତାକଡ଼ ବାଲିଗଦା; ଯାତ୍ରୀଙ୍କ ଜୀବନଗଲେ ଦାୟୀ ହେବେ କିଏ?

Advertisment

୧ କିମି ବ୍ୟବଧାନରେ ଥିବା ମୁଖ୍ୟ ରାସ୍ତା ତଥା ଏହାକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ପଡ଼ିଛି ଗଦାଗଦା ବାଲି। କିଛି ସ୍ଥାନରେ ନିର୍ମାଣ କାମ ଶେଷ ହୋଇଥିଲେ ବା କୌଣସି କାରଣରୁ ଅଟକି ଯାଇଥିବା ସତ୍ତ୍ବେ ବାଲି ସେମିତି ପଡ଼ି ରହିଛି।

୧ କିମି ବ୍ୟବଧାନରେ ଥିବା ମୁଖ୍ୟ ରାସ୍ତା ତଥା ଏହାକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ପଡ଼ିଛି ଗଦାଗଦା ବାଲି। କିଛି ସ୍ଥାନରେ ନିର୍ମାଣ କାମ ଶେଷ ହୋଇଥିଲେ ବା କୌଣସି କାରଣରୁ ଅଟକି ଯାଇଥିବା ସତ୍ତ୍ବେ ବାଲି ସେମିତି ପଡ଼ି ରହିଛି।

Untitled-3

Common Causes of Road Accidents Photograph: (@sambad.in)

ରାଉରକେଲା: ଜାତୀୟ ରାଜପଥରେ ପଡ଼ିଥିବା ବାଲିରେ ସ୍କୁଟି ଖସିଯିବାରୁ ସାମ୍ବାଦିକ ଶିଲା ପଟ୍ଟନାୟକଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ରାଜ୍ୟରେ ଉତ୍ତେଜନା ଦେଖାଦେଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ବି ରାସ୍ତାରେ ପଡ଼ିଥିବା ବାଲି ପାଇଁ ଅନେକ ନିରୀହଙ୍କ ଜୀବନ ଅକାଳରେ ବଳିପଡ଼ିଛି। ଏସବୁ ଘଟଣା ପାଇଁ ଆମେ କାହାକୁ ଦୋଷ ଦେବା? ବାଲି ପାଇଁ ଘଟୁଥିବା ଦୁର୍ଘଟଣା ପାଇଁ ପ୍ରକୃତରେ ଦାୟୀ କିଏ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରିଛି।

ବାଲି ପାଇଁ ଘଟୁଥିବା ଦୁର୍ଘଟଣା ପାଇଁ ପ୍ରକୃତରେ ଦାୟୀ କିଏ?

ନିୟମ ରହିଛି ରାସ୍ତା ଉପରେ ବାଲି, ଗୋଡ଼ି, ଇଟା, ସିମେଣ୍ଟ ଗଦା କରାଯାଇପାରିବ ନାହିଁ। ଯଦି ନିୟମକୁ କେହି ଅବମାନନା କରନ୍ତି ତେବେ ଜରିମାନା ସହିତ ଜେଲଦଣ୍ଡ ହୋଇପାରେ। ତେବେ ଦୋଷ ରହୁଛି କେଉଁଠି? ସମ୍ପୂର୍ଣ୍ଣ ସହର କଥା ଛାଡ଼ନ୍ତୁ। ୧ କିମି ବ୍ୟବଧାନରେ ଥିବା ମୁଖ୍ୟ ରାସ୍ତା ତଥା ଏହାକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ପଡ଼ିଛି ଗଦାଗଦା ବାଲି। କିଛି ସ୍ଥାନରେ ନିର୍ମାଣ କାମ ଶେଷ ହୋଇଥିଲେ ବା କୌଣସି କାରଣରୁ ଅଟକି ଯାଇଥିବା ସତ୍ତ୍ବେ ବାଲି ସେମିତି ପଡ଼ି ରହିଛି। ଯେଉଁରାସ୍ତା ଦେଇ ପ୍ରତିଦିନ ସ୍କୁଲବସ୍, ଅଟୋ, ବୃଦ୍ଧବୃଦ୍ଧା, ସ୍କୁଲକଲେଜ ପିଲା, ଡିୟୁଟି ଯାଉଥିବା କର୍ମଚାରୀମାନେ ସାଇକଲ/ଗାଡ଼ି ଧରି ଯିବା ଆସିବା କରିଥାଆନ୍ତି। ଉକ୍ତ ରାସ୍ତାରେ ଯଦି ଗୋଟିଏ ଗାଡ଼ି ଯାଉଛି ଅପରପାର୍ଶ୍ବରୁ ଆସୁଥିବା ଆଉ ଏକ ଗାଡ଼ିକୁ ଅଟକିବାକୁ ପଡ଼ୁଛି। କିଛି ସ୍ଥାନରେ ବାଲି ରାସ୍ତାକୁ ମାଡ଼ି ଆସି ଯାତାୟାତକୁ ଠପ କରି ଦେଇଛି।

ଅଧିକପଢ଼ନ୍ତୁ:ଖେଳାଳିଙ୍କ ଭବିଷ୍ୟତ କଥା ଚିନ୍ତା କରି ନିଷ୍ପତ୍ତି ନିଅ: BCBକୁ କହିଲେ ପୂର୍ବତନ ବାଂଲା କ୍ରିକେଟର

ନିୟମ କଡ଼ାକଡ଼ି କେବେ ପାଳନ ହେବ।

ଉକ୍ତ ରାସ୍ତାରେ ବାଲି ହେତୁ ଯଦି ଦୁର୍ଘଟଣା ଘଟିଥିଲା, କାହାର ପ୍ରାଣହାନି ହେଲା ତେବେ ଦୋଷ ମୁଣ୍ଡେବ କିଏ? କିଛିଲୋକ ଚାଳକଙ୍କୁ ଦୋଷ ଦେବେ ଅନ୍ୟମାନେ ବାଲି ଗଦା କରିଥିବା କଣ୍ଟ୍ରାକ୍ଟର ବା ଘର ମାଲିକଙ୍କୁ ଦୋଷ ଦେଇ ଚାଲିଯିବେ। ଏଥିରେ ସମସ୍ୟାରେ ସମାଧାନ ହୋଇଯିବ କି? ନିୟମ ଅବମାନନା ପାଇଁ କାଁ ଭାଁ ଜରିମାନା ହେଉଛି ସତ କିନ୍ତୁ ଏ ନିୟମ କଡ଼ାକଡ଼ି କେବେ ପାଳନ ହେବ।

ସେମାନଙ୍କ ମୁହଁରୁ.....

ସୁମନ୍ତ ବେହେରା, ସ୍ଥାନୀୟ ବାସିନ୍ଦା

‘ଯାତାୟାତ ରାସ୍ତାରେ ବାଲି ଗଦା ରହିବା ଅର୍ଥ ଲୋକଙ୍କ ପାଇଁ ମାରଣାଯନ୍ତା ବିଛାଇ ଦେବା ସହିତ ସମାନ। କାରଣ ଏଭଳି ସ୍ଥାନରେ କୌଣସି ମୁହୂର୍ତ୍ତରେ ବି ଦୁର୍ଘଟଣା ଘଟିପାରେ। ଏମିତି କିଛିରାସ୍ତା ଅଛି ଯେଉଁଠାର ବାଲିଗଦା ହେବା ସହିତ ଷ୍ଟ୍ରିଟ୍‌ ଲାଇଟ୍‌ ବି ଜଳୁ ନାହିଁ। ସ୍ଥାନୀୟଲୋକ ରାସ୍ତାରେ ପଡ଼ୁଥିବା ବାଲିକୁ ନେଇ ଥାନାର ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି। କିନ୍ତୁ ଆଶ୍ବସନା କ’ଣ ମିଳିଲା ଦେଖିଚାହିଁକି ଯାତାୟାତ କରୁଥାଆନ୍ତି। ନିର୍ମାଣ କାମ ଶେଷ ହୋଇଗଲେ ରାସ୍ତାରୁ ବାଲି ଉଠିଯିବ। ଆପଣମାନେ କୁହନ୍ତୁ କାମ ଶେଷ ହେଉହେଉ ଉକ୍ତ ବାଲିରେ ଯାନବାହାନ ଖସି ଯଦି ଦୁର୍ଘଟଣା ଘଟେ ଏଥିପାଇଁ ଦାୟୀ କିଏ ହେବେ।’                                                                                                             

ଜେଣ୍ଟଲ ପରିଡ଼ା , ସ୍ଥାନୀୟବାସିନ୍ଦା

‘ଯେକୌଣସି ନିର୍ମାଣ କାମ ଚାଲିଲେ ରାସ୍ତାପାର୍ଶ୍ବରେ ତ ଲୋକେ ବାଲି ଗଦା କରିବେ। ତେବେ ଏଥିପାଇଁ ପ୍ରଶାସନ ଓ କଣ୍ଟ୍ରାକ୍ଟରମାନେ ସଚେତନ ରହିବା ନାହାତି ଆବଶ୍ୟକ। କିପରି ଉକ୍ତ ବାଲି ରାସ୍ତା ଉପରକୁ ମାଡ଼ି ନଆସିବେ, ଲୋକଙ୍କୁ ଯାତାୟାତ ସମୟରେ ଅସୁବିଧା ସମ୍ମୁଖୀନ ନହେବାକୁ ପଡ଼ିବ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ।’                                                                                     

ଅଧିକପଢ଼ନ୍ତୁ:୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇଦେବେ ରାଜ୍ୟ ସରକାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe