ରାଜ୍ୟ ବିଦ୍ୟାଳୟ ସମୂହ ହକି, ତୀରନ୍ଦାଜୀ ପ୍ରତିଯୋଗିତା: ଉଭୟବର୍ଗ‌ରେ ସୁନ୍ଦରଗଡ଼ ବିଜେତା

ସୁନ୍ଦରଗଡ଼ ଜିଲ୍ଲା ବିଦ୍ୟାଳୟସମୂହ କ୍ରୀଡ଼ା ସଙ୍ଗଠନ ଆନୁକୂଲ୍ୟରେ ଭବାନୀପୁର କ୍ରୀଡ଼ା ଏକାଡେମୀ ପରିସରରେ ଚାଲିଥିବା ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ ହକି ଓ ତୀରନ୍ଦାଜୀ ପ୍ରତିଯୋଗିତାର ୧୪ ବର୍ଷରୁ କମ୍‌ ବାଳକ, ବାଳିକାବର୍ଗ ପ୍ରତିଯୋଗିତା...

sdg1

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବିଦ୍ୟାଳୟସମୂହ କ୍ରୀଡ଼ା ସଙ୍ଗଠନ ଆନୁକୂଲ୍ୟରେ ଭବାନୀପୁର କ୍ରୀଡ଼ା ଏକାଡେମୀ ପରିସରରେ ଚାଲିଥିବା ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ ହକି ଓ ତୀରନ୍ଦାଜୀ ପ୍ରତିଯୋଗିତାର ୧୪ ବର୍ଷରୁ କମ୍‌ ବାଳକ, ବାଳିକାବର୍ଗ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ୧୨ଟି ଦଳ ମଧ୍ୟରେ ମ୍ୟାଚ ହୋଇଥିବାବେଳେ ଉଭୟ ବର୍ଗର ହକି ଓ ତୀରନ୍ଦାଜୀରେ ସୁନ୍ଦରଗଡ଼ ଚାମ୍ପିଅନ ହୋଇଛି।

ଉଭୟ କ୍ରୀଡ଼ାରେ ସମ୍ବଲପୁର ଉପବିଜେତା ହୋଇଛି। ଆଜି ମୁଖ୍ୟଅତିଥି ଭାବେ ସୁନ୍ଦରଗଡ଼ ପୌରାଧ୍ୟକ୍ଷା ତନୟା ମିଶ୍ର, ସମ୍ମାନିତ ଅତିଥି ରୂପେ କ୍ରୀଡ଼ା ଉପନିର୍ଦେଶକ ସୁଦୀପ୍ତ ନାୟକ, ସେବାନିବୃତ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ, ଏଡିପିଇ ଜ୍ୟୋତିପ୍ରକାଶ ପରିଡ଼ା, କ୍ରୀଡ଼ା ନିରୀକ୍ଷକ ଜଗବନ୍ଧୁ ବେହେରା ଯୋଗ ଦେଇଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀ ସାରଙ୍ଗଧର ବରିହା ସଭାପତିତ୍ୱ କରିଥିବାବେଳେ ପ୍ରଧାନଶିକ୍ଷକ ଅଶ୍ୱିନୀ ପଟେଲ ଧନ୍ୟବାଦ ଦେଇଥିଲେ। ଅଜୟ ପ୍ରଧାନଙ୍କ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।

 sundargarh 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe