ରାଉରକେଲା: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)ର ଇଲେକ୍ଟ୍ରୋନିକ୍ସ ଓ ଯୋଗାଯୋଗ ଇଞ୍ଜିନିୟରିଂ ବିଭାଗ ଗବେଷକ ଦଳକୁ ପୁଣି ଏକ ସଫଳତା ମିଳିଛି। ଏହି ଦଳ ଅନ୍ଧାରୁଆ ବୁଲାଣି ଅଞ୍ଚଳରେ ଯାନବାହାନ ଚିହ୍ନଟ କରିବା ପାଇଁ ସ୍ମାର୍ଟ ରୋଡ୍ସାଇଡ୍ ବ୍ୟବସ୍ଥା ବିକଶିତ କରିଛନ୍ତି। ପ୍ରସ୍ତାବିତ ବ୍ୟବସ୍ଥା, ଅନ୍ଧାରୁଆ ବୁଲାଣିରେ ଆସୁଥିବା ଯାନବାହନକୁ ପ୍ରକୃତ ସମୟରେ ଚିହ୍ନଟକରି ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବାକୁ ଗାଡ଼ି ଚାଳକଙ୍କୁ ସତର୍କ କରିବ। ଏହାଦ୍ବାରା ଦୁର୍ବଳ ଦୃଶ୍ୟମାନତା ଓ ସୀମିତ ଭିତ୍ତିଭୂମି ଥିବା ଅଞ୍ଚଳରେ ଦୁର୍ଘଟଣାରୋକାଯାଇପାରିବ। ଏହା ବିଶେଷ ସ୍ଥାନରେ ସ୍ଥାପିତ ଏକ କମ୍ପ୍ୟୁଟର ଭିଜନ୍ ଆଲଗୋରିଦମ୍ ସହ ନିରୀକ୍ଷଣ କ୍ୟାମେରା ବ୍ୟବହାର କରେ, ଯାହା ଲାଇଭ୍ ଭିଡିଓ ଷ୍ଟ୍ରିମ୍ରୁ ଗତିଶୀଳ ଯାନଗୁଡ଼ିକୁ ଚିହ୍ନଟ କରିଥାଏ ଏବଂ ପୂର୍ବନିର୍ଦ୍ଧାରିତ ଅନ୍ଧାରୁଆ ବୁଲାଣି ନିକଟକୁ ଆସିବା ସମୟରେ ସେଗୁଡ଼ିକର ଗତି ଓ ଦୂରତା ଆକଳନ କରିଥାଏ।
ଗବେଷଣା ‘ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ୍ ଅଫ୍ କମ୍ପ୍ୟୁଟେସନାଲ ଭିଜନ୍ ଆଣ୍ଡ୍ ରୋବୋଟିକ୍ସ’ରେ ପ୍ରକାଶିତ
ଏହି ଗବେଷଣା ପ୍ରତିଷ୍ଠିତ ‘ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ୍ ଅଫ୍ କମ୍ପ୍ୟୁଟେସନାଲ ଭିଜନ୍ ଆଣ୍ଡ୍ ରୋବୋଟିକ୍ସ’ରେ ପ୍ରକାଶିତ ହୋଇଛି। ଏହାକୁ ବିଭାଗ ପ୍ରଫେସର ସନ୍ତୋଷ ଦାସ, ପ୍ରଫେସର ଉମେଶ ଚନ୍ଦ୍ର ପତି, ପ୍ରଫେସର ପୁନମ ସିଂହ, ରିସର୍ଚ୍ଚ୍ ଗ୍ରାଜୁଏଟ୍ ଡ. ଗୌତମ ସାହୁ, ଡ. ରଶ୍ମିରଞ୍ଜନ ନାୟକ, ବି.ଟେକ୍ ଛାତ୍ର କେ.ଏଲ. ସଞ୍ଜୀବ ଟୁଡୁ ପ୍ରମୁଖ ଲେଖିଛନ୍ତି।
Advance : ସହିଦନଗରର ବିଳାସପୂର୍ଣ୍ଣ ଫ୍ଲାଟ୍ ପାଇଁ ଅଗ୍ରିମ କୋଟିଏ
ଏନେଇ ପ୍ରଫେସର ଦାସ କହିଛନ୍ତି, ଏହି ବ୍ୟବସ୍ଥା ଏକ ବାସ୍ତବ ପରୀକ୍ଷଣରେ ଅନ୍ଧାରୁଆ ବୁଲାଣିରେ ଯାନବାହାନକୁ ସଫଳତାର ସହିତ ଚିହ୍ନଟ କରିବାସହ ସେଗୁଡ଼ିକର ଗତି ଓ ଦୂରତାକୁ ସଠିକ୍ଭାବେ ଆକଳନ କରିଛି। ଏହା ବିଶେଷକରି ଗ୍ରାମାଞ୍ଚଳ, ପାହାଡ଼ିଆ ଅଞ୍ଚଳରେ ସଡ଼କ ସୁରକ୍ଷାକୁ ସୁନିଶ୍ଚିତ କରିବ। ପରବର୍ତ୍ତୀ ପଦକ୍ଷେପଭାବେ ଗବବେଷକ ଦଳ ସ୍ମାର୍ଟ ସିଟି ଓ ସଂଯୁକ୍ତ ଗତିଶୀଳତା ସମନ୍ୱୟ ପାଇଁ ଏକ କମ୍ ମୂଲ୍ୟର ହାଇବ୍ରିଡ୍ ଏଆଇ ଫ୍ରେମୱାର୍କ ଉପରେ ଧ୍ୟାନକେନ୍ଦ୍ରିତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/02/28/untitled-2026-02-28-08-25-04.png)