ଏକାଏକା ସଂଘର୍ଷରେ ଆଦିବାସୀ ମହିଳା ଏମରେନସିଆ ଟପ୍ପୋ

Advertisment
ଏକାଏକା ସଂଘର୍ଷରେ ଆଦିବାସୀ ମହିଳା ଏମରେନସିଆ ଟପ୍ପୋ

ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ଖ୍ରୀଷ୍ଟ୍ରିଆନ ଧର୍ମରେ ଦୀକ୍ଷିତ ଏମରେନସିଆ ଟପ୍ପୋ। ସ୍ବାମୀଙ୍କଠାରୁ ପ୍ରବଞ୍ଚନାର ଶିକାର ହେ‌ଲେ ସେ। ସାଙ୍ଗରେ ଥିଲା ପୁଅ। ପ୍ରଶାସନ ତାଙ୍କୁ ନେଇ ମହିଳା ଆଶ୍ରୟ ଗୃହ ‘ଆଭା’ରେ ନେଇ ରଖିଥିଲେ।

ଏମରେନସିଆ ‘ଆଭା’ରୁ କିଞ୍ଜିରକେଲା ଆସି ରହିଲେ। ସେପଟେ ବାପା ଜଙ୍ଗଲ ଜମିକୁ ପାଞ୍ଚ ପୁଅ ଓ ଝିଅକୁ ଦଖଲ ଦେଲେ। ଝିଅ ଭାଗରେ ୧ ଏକର ୨୦ ଡିସିମିଲ ପଡ଼ିଲା। ଝିଅ କିଞ୍ଜିରକେଲାରୁ ଯାଇ ଜମିରେ ଖଟିଲେ। ପୁଅକୁ ବଡ଼ ମଣିଷ କରିବ ବୋଲି ଲାଗି ପଡ଼ିଲେ ସେ। ଏହି ସମୟ‌ରେ ସ୍ବେଚ୍ଛାସେବୀ ସଂଗଠନ ସିଆଇଆର୍‌ଟି ସହଯୋଗରେ ସିଏ ଜଙ୍ଗଲ ଜମି ପଟ୍ଟା ପାଇଁ ଆବେଦନ କରିଥିଲେ। ତାଙ୍କୁ ୨୦୧୩ରେ ପଟ୍ଟା ଦେଲା ପ୍ରଶାସନ। ଏହା ପରେ ପାଞ୍ଚ ଭାଇ ରକ୍ତଚାଉଳ ଚୋବାଇଲେ। ତାଙ୍କୁ ଜମି ପାଖକୁ ପୂରାଇ ଦେଲେ ନାହିଁ। ଆସିଲେ ଜୀବନରେ ମାରିଦେବୁ ବୋଲି ଧମକ ଦେଲେ।

ଗାଁ ପଞ୍ଚାୟତରେ କଥା ପଡ଼ିଲା। କିନ୍ତୁ ପଞ୍ଚାୟତ ରାୟକୁ ବି ପାଞ୍ଚ ଭାଇ ମାନିଲେ ନାହିଁ। ଶେଷକୁ କୋର୍ଟର ଦ୍ବାରସ୍ଥ ହେଲେ ଏମରେନସିଆ। କୋର୍ଟ ଆଦେଶରେ ତାଙ୍କୁ ୨୦୧୪ରେ ପୁଲିସ ଜମିର ଦଖଲ ଦେଲା ସତ କିନ୍ତୁ ଭାଇମାନେ ଜମି ପାଖକୁ ପଶିବାକୁ ଦେଲେ ନାହିଁ। ଏପରିକି ଝିଅକୁ କାହିଁକି ଜମି ଦେଲ ବୋଲି କହି ଭାଇମାନେ ବାପାମା’ଙ୍କୁ ମଧ୍ୟ ଅତି ନିର୍ଦ୍ଦୟ ଭାବେ ଘରୁ ବାହାର କରିଦେଲେ। ଏମରେନସିଆ ସେମାନଙ୍କୁ ନିଜ ପାଖକୁ ନେଇ ଆସିଲେ। ଏକାକୀ ମହିଳା ଭାବେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସଟେ ମିଳିଛି। ସେଇଠି ସେ ଏକ ସିଲେଇ ଦୋକାନ ଖୋଲି ରୋଜଗାରର ବାଟ ବାହାର କରି ନେଇଛନ୍ତି। ଏହା ଛଡ଼ା ଘରକୁ ଲାଗି ରହିଥିବା ଜମିରେ ଜୈବିକ ପଦ୍ଧତିରେ ପନିପରିବା ଚାଷ କରି ତାକୁ ବିକି ଦାନା ଯୋଗାଡ଼ କରନ୍ତି। ପୁଅ ବିଶ୍ବଜିତ ତେଲେନଡିହିସ୍ଥିତ ମିସନାରି ବିଦ୍ୟାଳୟରେ ଅଷ୍ଟମ ପଢ଼ୁଥିବା ବେଳେ ତା’ ଭବିଷ୍ୟତ ନେଇ ଚିନ୍ତିତ ଏହି ମହିଳା କିନ୍ତୁ ଜୀବନ ଯୁଦ୍ଧରେ ହାରିଯାଇ ନାହାନ୍ତି। ସଂଘର୍ଷ କରି ବଂଚିବା ଶିଖିଛନ୍ତି ସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe