ଅନଲାଇନ ପରୀକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ

ଅନଲାଇନ ପରୀକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ କୋଭିଡ ସଂକ୍ରମଣ ଉଦବେଗଜନକ ଭାବେ ବଢ଼ିଚାଲିଛି। ସ୍କୁଲରେ ପ୍ରଥମରୁ ନଵମ ଯାଏ ଅଫଲାଇନ୍ ପାଠ ପଢା ବନ୍ଦ ରହିଛି। କରୋନା ସଂକ୍ରମଣକୁ ରୋକିବାକୁ ସୋମବାର ଜିଲ୍ଲାପାଳ ସମସ୍ତ ସରକାରୀ ଅଫିସରେ ସାଧାରଣ ଲୋକଙ୍କ ପ୍ରଵେଶକୁ ବାରଣ କରିଛନ୍ତି। ଏସଵୁ ଭିତରେ ମହାବିଦ୍ୟାଳମାନଙ୍କ‌ରେ ଵୁଧବାରଠାରୁ ହେଵାକୁ ଥିବା ପରୀକ୍ଷା ପାଇଁ ପ୍ରସ୍ତୁତ ଚାଲିଛି। ଆଜି ସମ୍ବଲପୁର ଵିଶ୍ଵବିଦ୍ୟାଳୟ ଅନ୍ତର୍ଗତ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅନଲାଇନ ପରୀକ୍ଷା ଦାବି ନେଇ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

କୋଭିଡ ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି ଏହି ଦାବି କରାଯାଇଛି। ଆଜି ପୂର୍ବାହ୍ନରେ ଶହଶହ ଛାତ୍ରଛାତ୍ରୀ ସ୍ଥାନୀୟ ଡିଆରଡିଏ ଛକରୁ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ଓ ସେଠାରେ ଧାରଣା ଦେଇଥିଲେ। ପରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଛାତ୍ରଛାତ୍ରୀମାନେ ଅନଲାଇନ ପରୀକ୍ଷା ଦାବି କରି ଉପ ଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କୁ ଏକ ଦାବି ପତ୍ର ଦେଇଥିଲେ । ଉପ ଜିଲ୍ଲାପାଳ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ ଵୋଲି କହିଛନ୍ତି। ତଥାପି ଛାତ୍ରଛାତ୍ରୀମାନେ ତୁରନ୍ତ ନିଷ୍ପତ୍ତି ଦାବିରେ ଧାରଣା ଜାରି ରଖିଛନ୍ତି। ଧାରଣାସ୍ଥଳରେ ଜିଲ୍ଲା କଂଗ୍ରେସର ଟାଉନ ସଭାପତି ନେପାଳ ସାହୁ, ସେବାଦଳର ମୁନୁ ସରାଫ ପହଞ୍ଚି ସମର୍ଥନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe