ତୈଳ ଦର ଵୃଦ୍ଧି ରୋକିଵାକୁ ସୁନ୍ଦରଗଡ଼ରେ କଂଗ୍ରେସର ଦସ୍ତଖତ ଅଭିଯାନ

Advertisment
ତୈଳ ଦର ଵୃଦ୍ଧି ରୋକିଵାକୁ ସୁନ୍ଦରଗଡ଼ରେ କଂଗ୍ରେସର ଦସ୍ତଖତ ଅଭିଯାନ

ସୁନ୍ଦରଗଡ଼: ଦେଶରେ  ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଵଢିଚାଲିଛି। ଦରଵୃଦ୍ଧି ଯୋଗୁ ସାରା ଦେଶବାସୀ କଲବଲ ହେଲେଣି। ମହାମାରୀ କରୋନାରେ ୯୭ ପ୍ରତିଶତ ଲୋକଙ୍କ ଆୟରେ ଵହୁ ଅବନତି ଘଟିଛି। ଏହା ସହ ଅରାଜକତା ମଧ୍ୟ ବଢିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୈତିକ ଭାଵେ ବର୍ଦ୍ଧିତ ଟିକସ ଆଦାୟ ଅସମ୍ଭାଳ ଦର ଵୃଦ୍ଧିର କାରଣ। ତେଣୁ ଭାରତର ମହାମହିମ ରାଷ୍ଟ୍ରପତି ଏଥିରେ ହସ୍ତକ୍ଷେପ କରି ଦର ଵୃଦ୍ଧି ରୋକିଵାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଵାକୁ କଂଗ୍ରେସ ଦାବି କରିଛି।

publive-image

ଏହିକ୍ରମରେ ଆଜି ସୁନ୍ଦରଗଡ଼ରେ ଜିଲ୍ଲା କଂଗ୍ରେସ ସଭାପତି ଵେଣୁମାଧବ ତ୍ରିପାଠୀଙ୍କ ନେତୃତ୍ଵରେ କର୍ମକର୍ତ୍ତା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଵାକୁ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି। ଏଥିରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ରାଜକିଶୋର ଷଡ଼ଙ୍ଗୀ, ନଗର ସଭାପତି ନେପାଳ ଚନ୍ଦ୍ର ସାହୁ, ସେଵାଦଳର ମୁନୁ ସରାଫ ଓ କାଳୀପଦ ସାମଲ ପ୍ରମୁଖ ଅଭିଯାନ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe