ସୁନ୍ଦରଗଡ଼: ରବିବାର ପୂର୍ବାହ୍ନରେ ରଙ୍ଗିଆମୁଣ୍ଡା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଆହତ ହୋଇ ଛନ୍ତି।
ମରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଲେଫ୍ରିପଡ଼ା ବସ୍ ଷ୍ଟାଣ୍ଡ୍ ଛକର ୨୦ ବର୍ଷିୟ ରଜତ ନାୟକ। ସାଙ୍ଘାତିକ ଆହତ ବ୍ୟକ୍ତିଜଣକ ହେଲେ ୨୧ ବର୍ଷିୟ କୃଷ୍ଣ ନାରାୟଣ ସାହୁ।
ବଜାର କରିବା ଉଦ୍ଦେଶ୍ୟରେ ଆଜି ଦୁଇ ବନ୍ଧୁ ଲେଫ୍ରିପଡ଼ାରୁ ସୁନ୍ଦରଗଡ଼ ଅଭିମୁଖେ ମୋଟର ସାଇକେଲ ଚଳାଇ ଆସୁ ଥିଲେ। ରଙ୍ଗିଆମୁଣ୍ଡା ଛକ ନିକଟରେ ସେମାନେ ଏକ ବସ୍କୁ ଟପି ଯିବାକୁ ଉଦ୍ୟମ କରୁଥିବା ବେଳେ ବିପରୀତ ପାର୍ଶ୍ୱରୁ ଆସୁଥିବା ଏକ କାର୍ ସହ ସେମାନେ ଚଳାଉ ଥିବା ମୋଟର୍ ସାଇକେଲ୍ଟି ଧକ୍କା ଖାଇ ଥିଲା। ଧକ୍କା ପ୍ରଭାବରେ ଘଟଣାସ୍ଥଳରେ ହିଁ ରଜତଙ୍କର ମୃତ୍ୟୁ ଘଟି ଥିଲା।
ଘଟଣାସ୍ଥଳରେ ପହଞ୍ଚି ପୁଲିସ ଶବ ଉଦ୍ଧାର କରିବା ସହ ଆହତଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2018/10/sundergarh-acci.jpg)