ଲହୁଣିପଡ଼ା/ କଲେପୋଷ/ ବଣାଇଁଗଡ଼ : କୁଡେଇକଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଣିଘସା ଗ୍ରାମର ସମ୍ବାରୁ ମୁଣ୍ଡା (୫୧)ଙ୍କୁ ଗତ ରାତିରେ ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ମୃତ ଶରୀର ସ୍ଥାନୀୟ ରାସ୍ତା କଡ଼ରେ ପଡ଼ିଥିଲା। ଲହୁଣିପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସମ୍ବାରୁ ମୁଣ୍ଡା କୁଡେଇକଳା ଅଞ୍ଚଳରେ ଜଣେ ଗୁଣିଆ ଭାବେ ପରିଚିତ। ଗତକାଲି ସଂଧ୍ୟାରେ ଏକ ଟର୍ଚ୍ଚ ଧରି ସେ ଘରୁ ବାହାରି ଯାଇଥିଲେ। କିନ୍ତୁ ରାତିରେ ସେ ଘରକୁ ଫେରି ନ ଥିଲେ। କାହା ଘରକୁ ପୂଜାପାଠ କରିବାକୁ ସେ ଯାଇଥିବା ଭାବି ପରିବାର ଲୋକେ ଖୋଜି ନ ଥିଲେ। କିନ୍ତୁ ଆଜି ସକାଳେ ତାଙ୍କ ମୃତ ଶରୀର କୁଡେକଳା-ଗଣିଘସା ରାସ୍ତାକଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ଶରୀରର ମୁହଁ, କାନ୍ଧ ଓ ଗୋଡ଼କୁ ଧାରୁଆ ଅସ୍ତ୍ରରେ କେହି କାଟି ଦେବା ସହ ମୁହଁକୁ ପଥରରେ ଛେଚି ହତ୍ୟା କରିଛି।
ଗୁଣିଆକୁ ହତ୍ୟା
Advertisment
Follow Us