ବିମଳାଗଡ଼-ତାଳଚେର ରେଳପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଆରମ୍ଭ 

Advertisment
ବିମଳାଗଡ଼-ତାଳଚେର ରେଳପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଆରମ୍ଭ 

.newindianexpress.com

ବଣାଇଗଡ଼: ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ରେଳପ୍ରକଳ୍ପ ହେବା ନେଇ ଦୃଢ଼ ଆଶା ସଂଚାର ହୋଇଛି। ଏ ନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ବଣାଇ ନିର୍ବାଚନୀସଭାରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ସାକାର ହେବାକୁ ଯାଉଛି। ଏ ନେଇ ଅଞ୍ଚଳବାସୀ ସନ୍ତୋଷ ପ୍ରକଟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ତାଳଚେର-ବିମଳାଗଡ଼ ରେଳପ୍ରକଳ୍ପ କେଇଦଶନ୍ଧିର ପୁରୁଣା ଦାବି। ଏଥିପାଇଁ ବାରମ୍ବାର ପ୍ରତିଶ୍ରୁତି-ପ୍ରତାରଣାର ଖେଳ ଦୀର୍ଘଦିନ ଧରି ଚାଲିଛି। ଚଳିତବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ବଣାଇକୁ ନିର୍ବାଚନ ପ୍ରଚାର ପାଇଁ ଆସିଥିବାବେଳେ ଅଞ୍ଚଳବାସୀ ପୁଣି ଦାବି ଦୋହରାଇଥିଲେ। ସେତେବେଳେ ଶ୍ରୀ ବୈଷ୍ଣବ ପ୍ରକଳ୍ପ କାର୍ଯ୍ୟାନ୍ବୟନ ନେଇ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗ୍ରହ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରଚେଷ୍ଟାରେ ବିମଳାଗଡ଼ରୁ ମହୁଲଡିହା ପର୍ଯ୍ୟନ୍ତ ୩୨ କିମି ରେଳପଥ ନିର୍ମାଣ ପାଇଁ ୫୦୦ କୋଟି ଟଙ୍କା ବ୍ୟୟ ଅଟକଳର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହି ପରିପ୍ରେକ୍ଷୀରେ ବଣାଇ ବିଜେପି ଜିଲ୍ଲା ସଭାପତି ମନୋଜ କୁମାର ପ୍ରଧାନ, ଜିଲ୍ଲା ଉପସଭାପତି ବାସୁଦେବ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ହେମନ୍ତ କୁମାର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାହାସବିହାରୀ ପ୍ରଧାନ, ବରିଷ୍ଠ କାର୍ଯ୍ୟକର୍ତ୍ତା ରମେଶ ଅଗ୍ରୱାଲ, ଲୁଥାର ଓରାମ, ଅଭିରାମ ମହାକୁଳ, ଦିବ୍ୟମଞ୍ଜରୀ ଶେଖରଦେଓ, ଉପେନ୍ଦ୍ର ବେହେରା, ରାଜ୍ୟ କୃଷକମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ସ୍ବାଇଁ, ସୁନ୍ଦରଗଡ଼ ସରପଞ୍ଚ ସଂଘ ସଭାପତି ଉଗ୍ରସେନ କିସାନ, ଆହ୍ଲାଦ ବଢ଼େଇ, ଦୁଃଖୀଶ୍ୟାମ ନନ୍ଦ, ଶିବସୁନ୍ଦର ରାଉତ, ସମସ୍ତ ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି ପ୍ରମୁଖ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓ ବୈଷ୍ଣବଙ୍କୁ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe