ଟ୍ରାକ୍ଟର ଓଲଟି ଶ୍ରମିକ ଦମ୍ପତି ମୃତ

Advertisment
ଟ୍ରାକ୍ଟର ଓଲଟି ଶ୍ରମିକ ଦମ୍ପତି ମୃତ

ସୁନ୍ଦରଗଡ଼: ଆଜି ସକାଳ ୫ଟାରେ ସଦର ଥାନା ସୁଵଳୟା ପଞ୍ଚାୟତ ଖଏରଖମନ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଶ୍ରମିକ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ଟ୍ରାକ୍ଟରଟି ଧାନ ଆଣିବାକୁ ସୁବଳୟାରୁ ଖଏରଖମନ ଯାଉଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରାକ୍ଟରରେ ଵସିଥିବା ଦମ୍ପତି ଚାପି ହୋଇ ଯାଇଥିଲେ। ଏହାଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ପ୍ରାଣଵାୟୁ ଉଡ଼ି ଯାଇଥିଲା।

ମୃତ ସ୍ବାମୀ ହେଲେ ସୁବଳୟାର ଯୁଗଳ ଭୋଇ ଓରଫ ଟିରୋ(୪୫)। ତେବେ ପତ୍ନୀଙ୍କ ନାମ ଜଣା ପଡ଼ିନାହିଁ। ଟିରୋ ତାଙ୍କୁ ପ୍ରେମ ଵିଵାହ କରି ଘରକୁ କିଛି ମାସ ତଳେ ଘରକୁ ଆଣି ରଖିଥିଲେ। ସକାଳୁ ଟ୍ରାକ୍ଟରେ ବସି ଦୁହେଁ ଯାଉଥିବା ଵେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ଟ୍ରାକ୍ଟର ତଳେ ଚାପି ହୋଇଥିବା ମୃତଦେହକୁ ବାହାର କରିବା ସମ୍ଭବ ହୋଇ ନାହିଁ। କ୍ରେନ ଓ ପୁଲିସ ପହଞ୍ଚିଛି। ଏଣେ ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe