ସଟର୍ ଭାଙ୍ଗି ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି 

ସଟର୍ ଭାଙ୍ଗି ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି 

ରାଉରକେଲା: ବଣାଇଁ ସହରସ୍ଥିତ କନ୍ତଯୋଡି ସାହିର ଛକ ନିକଟରେ ଥିବା ଏକ ସୁନା ଦୋକାନରୁ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ରୁପା ସୁନା ଅଳଙ୍କାର ଚୋରି ଥାନାରେ ଲିଖିତ ଅଭିଯୋଗ ହୋଇଛି। ଦୋକାନ ମାଲିକଙ୍କ କହିବା ଅନୁସାରେ ସକାଳେ ଦୋକାନ ଖୋଲିବା ପାଇଁ ଆସିଥିବା ବେଳେ ଦୋକାନର ସଟର ଭାଙ୍ଗି ଦୋକାନ ଭିତରେ ଥିବା ରୂପା ଓ ସୁନା ରୂପା ଅଳଙ୍କାର, ଟଙ୍କା ଚୋରମାନେ ଚୋରି କରି ନେଇଥିଲେ।

publive-imageଚାନ୍ଦିର ଥାଳି ୨ଟି, ଚାନ୍ଦିର ଗିନା ୩ଟି, ଚାମୁଚ ୧ଟି, ରୂପାର ଗଡୁ ୨ଟା, ରୁପାର ଗଣେଶ ମୂର୍ତ୍ତି ଆଦି ସେହିପରି ସୁନାର ନାକଫୁଲ, ସୁନାର ନୋଥୁଣି ୫୦ ହଜାର ଟଙ୍କାର, ଦେଇଥିବା ଲୋକମାନେ ସୁନା ମରାମତି ପାଇଁ ୪୫ ହଜାର ଟଙ୍କା ଏବଂ ଡ୍ରରରେ ଥିବା  ୩୪ ଶହ ଟଙ୍କା ଚୋରମାନେ ଚୋରି କରି ନେଇଥିବା ଦେଖିବାକୁ ପାଇଥିଲେ। ପରେ ଦୋକାନ ମାଲିକ ଦୋକାନରୁ ଚୋରି ହୋଇଥିବା ନେଇ ବଣାଇଁ ଥାନାରେ ଏବିଷୟରେ କହିବା ସହ ଲିଖିତ ଅଭିଯୋଗ କରିଥିଲେ। ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe