ମମିତା ମେହେର ହତ୍ୟା ମାମଲାର ସିଵିଆଇ ତଦନ୍ତ ଦାବି କଲା ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ

Advertisment
ମମିତା ମେହେର ହତ୍ୟା ମାମଲାର ସିଵିଆଇ ତଦନ୍ତ ଦାବି କଲା ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ

ସୁନ୍ଦରଗଡ଼: ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ସିଵିଆଇ ତଦନ୍ତ ଦାବି କରିଛି ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ। ଆଜି ସୁନ୍ଦରଗଡ଼ ଡିଆରଡିଏ ଛକରେ ମଞ୍ଚ ପକ୍ଷରୁ ଧାରଣା ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଧାରଣାରେ ମଞ୍ଚ କର୍ମକର୍ତ୍ତା ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟର କଡ଼ା ସମାଲୋଚନା କରିଥିଲେ।

publive-imageଅଭିଯୁକ୍ତ ଗୋଵିନ୍ଦଙ୍କୁ ଗିରଫ କରିଥିଲେ ମଧ୍ୟ ନିର୍ମମ ଘଟଣା ପଛର ମୁଖ୍ୟ ଖଳନାୟକମାନଙ୍କୁ ଖସାଇଦେଵାର ହୀନ ଷଡ଼ଯନ୍ତ୍ର ଚାଲିଛି। ଏହାଛଡା  ହତ୍ୟା ପଛର  କାରଣକୁ ନେଇ ପୁଲିସ ଯେଉଁ କାହାଣୀ କହୁଛି, ତାହା ଵିଶ୍ଵାସଯୋଗ୍ୟ ନୁହେଁ। ଏହା ପଛରେ ବଡ଼ବଡ଼ିଆଙ୍କ ଅନ୍ୟ କିଛି ବଡ଼ ଗୁମର ଲୁଚି ରହିଛି। ତେଣୁ ମା'କୁ ସମ୍ମାନର କଥା କହୁଥିବା ମୁଖ୍ୟମନ୍ତ୍ରୀ ତୁରନ୍ତ ମାମଲାର ତଦନ୍ତ ସିବିଆଇ ହାତରେ ଦିଅନ୍ତୁ ଵୋଲି ଦାବି କରିଥିଲେ। ଏହି ଧାରଣାରେ  ସୌମ୍ୟରଞ୍ଜନ ଦାଶ, ଶୁଭମ ମହାପାତ୍ର, ରଞ୍ଜନ ମହାନନ୍ଦିଆ, ମହେଶ କିସାନ, ପଙ୍କଜ ଦାଶ, ଓ ନିକେଶ ଦାସଙ୍କ ସମେତ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ଵହୁ ଯୁବ ସଦସ୍ୟ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe