ଦୋକାନ କାଉଣ୍ଟରରୁ ୫୦ ହଜାର ଟଙ୍କା ଚୋରି: ସିସିଟିଭି କ୍ଯାମେରାରେ ଅଭିଯୁକ୍ତ

ଦୋକାନ କାଉଣ୍ଟରରୁ ୫୦ ହଜାର ଟଙ୍କା ଚୋରି: ସିସିଟିଭି କ୍ଯାମେରାରେ ଅଭିଯୁକ୍ତ

ସୁନ୍ଦରଗଡ଼: ଟାଉନ ଥାନା ଅନ୍ତର୍ଗତ ବିଜୟା ଟକିଜ ରୋଡରେ ଥିବା ଜୟ ବଜରଙ୍ଗ ମାର୍କେଟିଙ୍ଗ ଏଜେନ୍ସିର ଦୋକାନରେ ବିଳମ୍ଵିତ ରାତିରେ ଜଣେ ଚୋର ପଶି ୫୦ ହଜାର ଚୋରି କରି ଚମ୍ପଟ ମାରିଛି। ତେବେ ଅଭିଯୁକ୍ତର ସବୁ କାରାନାମା ସିସିଟିଭିରେ କଏଦ ହୋଇଥିବା ବେଳେ ଚୋରି ଭିଡିଓ ବର୍ତ୍ତମାନ ଭାଇରାଲ ହୋଇଛି।

ପ୍ରତିଦିନ ଭଳି ଦୋକାନ ମାଲିକ ରାତିରେ ନିଜ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ସକାଳୁ ଆସି ଦୋକାନ ଖୋଲିବା ପରେ କ୍ୟାସ କାଉଣ୍ଟର ତଥା ଟେବୁଲ ଉପରେ ଥିବା ଜିନିଷ ଏପଟ ସେପଟ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଯାଞ୍ଚ ପରେ ଦୋକାନ ପଛପଟେ ଥିବା ଏକ ଛୋଟ କବାଟର ତାଲା ଭାଙ୍ଗି ଜଣେ ଚୋର ପଶି କାଉଣ୍ଟରରେ ଥିବା ୫୦ ହଜାର ଟଙ୍କା ଚୋରି କରିଥିବା ଜାଣିବାକୁ ପାଇଥିଲେ। ଏହା ପରେ ଦୋକାନ ମାଲିକ ଟାଉନ ଥାନାରେ ଲିଖିତ ଏତଲା ଦେଇଛନ୍ତି। ଚୋର ପ୍ରଥମେ ଭିତରେ ପଶି ଦିଆସିଲି ଜଳାଇ ଲାଇଟ୍ ସୁଇଚ୍ ଖୋଜିବା ପରେ ଲାଇଟ ଲଗାଇ ଆରାମରେ ଟଙ୍କା ନେଉଥିବା ଦେଖିବାକୁ ମିଳିଛି। ଟାଉନ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe