ନକଲି ନୋଟ୍‌ କାରଖାନା ଠାବ: କମ୍ପ୍ୟୁଟର୍‌-ସ୍କାନର ଜବତ, ୩ ଯୁବକ ଗିରଫ

Advertisment
ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍‌ରେ ୪ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼: ହେମଗିରି ଥାନା ଅନ୍ତର୍ଗତ କେନ୍ଦୁଡିହି ଗାଁରେ ରବିବାର ଏକ ନକଲି ନୋଟ୍‌ କାରଖାନା ଠାବ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ପୁଲିସ କେନ୍ଦୁଡିହି ଗ୍ରାମର ସଦାନନ୍ଦ ଖମାରିଙ୍କ ଘରେ ଆଜି ସନ୍ଧ୍ୟାରେ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ନକଲି ନୋଟ୍‌ କାରଖାନା ଠାବ କରିଥିଲା। ନକଲି ନୋଟ୍‌ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କମ୍ପ୍ୟୁଟର୍‌ ଓ ସ୍କାନର ଜବତ ହୋଇଛି। ପୁଲିସ ଘଟଣାସ୍ଥଳରୁ ୩ଟି ନକଲି ୫୦୦ ଟଙ୍କିଆ ନୋଟ୍‌ ଜବତ କରିଥିବା ଜଣାପଡ଼ିଛି। ପୁଲିସ ମାମଲାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe