ଝାରବେଡା ଜଙ୍ଗଲରୁ ଟିଫିନ୍‌ ବୋମା ଜବତ, କେନ୍ଦ୍ରୀୟବୁରୁ ପାହାଡରେ ଚାଲିଥିଲା ନକ୍ସଲ କ୍ୟାମ୍ପ

Advertisment
ଝାରବେଡା ଜଙ୍ଗଲରୁ ଟିଫିନ୍‌ ବୋମା ଜବତ, କେନ୍ଦ୍ରୀୟବୁରୁ ପାହାଡରେ ଚାଲିଥିଲା ନକ୍ସଲ କ୍ୟାମ୍ପ

ରାଉରକେଲା : ସୁନ୍ଦରଗଡ କେ. ବଲାଙ୍ଗ ଥାନା ଝାରବେଡା ସଂରକ୍ଷିତ ଜଙ୍ଗଲ କେନ୍ଦ୍ରୀୟବୁରୁ ପାହାଡରେ ଚାଲିଥିବା ନକ୍ସଲ କ୍ୟାମ୍ପ ଠାବ ହୋଇଛି। ଘଟଣାସ୍ଥଳରୁ  ସିଆର୍‌ପିଏଫ୍‌ ଯବାନ , ସ୍ଥାନୀୟ ପୁଲିସ ଟିଫିନ୍‌ ବୋମା, ବିସ୍ପୋରକ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଜବତ ବିସ୍ଫୋରକ ସାମଗ୍ରୀ  ମଧ୍ୟରେ ରହିଛି ୨୦ କେଜିର ଆଇଇଡି, ୧୮ କେଜିର ଆଇଇଡି  ଦୁଇଟି ଟିଫିନ୍‌ ବୋମା, ୭ଟି ଇଲେକ୍ଟ୍ରି ଡେଟୋନେଟର, ୫ଟି ପ୍ଲାଷ୍ଟିକ ବି‌ସ୍ଫୋରକ, ୧.୫ ଲିଟର ଓଜର ଗୋଟିଏ ତରଳ ବିସ୍ଫୋରକ, ୮ଟି ପେନ୍‌ସିଲ୍‌ ସେଲ,  ୨୬ ମିଟର ତାର, ଛୁରି, ପଲିଥିନ,ବ୍ୟାଗ୍‌  ଇତ୍ୟାଦି।

ଏହି କ୍ୟାମ୍ପ ଠାବ ହେବା ଫଳରେ ମାଓବାଦୀ ସଙ୍ଗଠନର ବଡଧରଣ ଯୋଜନାବଦ୍ଧ ହିଂସାକାଣ୍ଡ ପଣ୍ଡ ହୋଇଛି। ଘଟଣାସ୍ଥଳରେ ଜବତ ହୋଇଥିବା ଟିଫିନ୍‌ ବୋମାଦୁଇଟିକୁ ବୋମା ନିଷ୍କ୍ରିୟ ଦଳ ଦ୍ବାରା ନଷ୍ଟ କରି ଦିଆଯାଇଛି। ଗୁଇନ୍ଦା ସୂଚନା ଆଧାରରେ  ସିଆର୍‌ପିଏଫ୍‌ ୧୯ ବାଟାଲିୟନ୍‌ କମାଣ୍ଡାଣ୍ଟ ଇନ୍ସପେକ୍ଟର ସାଜନ କୁମାର ଦାସ, ପାର୍ଥ ସାରଥୀ ଘୋଷଙ୍କ ନେତୃତ୍ବରେ  ଝାରବେଡା ସଂରକ୍ଷିତ ଜଙ୍ଗଳରେ କମ୍ବିଂ ଅପରେସନ୍‌ ଆରମ୍ଭ କରାଯାଇଥିଲା। ଯବାନନମାନେ କେନ୍ଦ୍ରୀୟ ବୁରୁ ପାହାଡକୁ ଘେରିଯିବା ପରେ ନକ୍ସଲମାନେ କ୍ୟାମ୍ପ ଛାଡି ସେଠାରୁ ଫେରାର ହୋଇଯାଇଥିଲେ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe