ସୁନ୍ଦରଗଡ଼ : କଲରାପତରିଆ ବାଘର ମୃତଦେହ ଉଦ୍ଧାର

Advertisment
ସୁନ୍ଦରଗଡ଼ : କଲରାପତରିଆ ବାଘର ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ହେମଗିର ରେଞ୍ଜ ଦାଘୋରା ସେକ୍ସନର ବଡ଼ରମ୍ପିଆ ଗାଁରେ ମଙ୍ଗଳବାର କଲରାପତରିଆ ବାଘ ଆକ୍ରମଣରେ ୨ ଜଣ ମହିଳାଙ୍କ ସମେତ ୫ ଜଣ ଆହତ ହୋଇଥିଲେ। ଆକ୍ରମଣକାରୀ ବାଘଟିକୁ ବୁଧବାର ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ବାଘଟି  ବଡ଼ରମ୍ପିଆ ଗାଁ ପୁରୁଣା ରେଳ ଫାଟକ ପାଖରେ ମରିପଡ଼ିଥିବା ଅବସ୍ଥାରେ ଦେଖିବାକୁ ମିଳିଛି। ବାଘର ପଛପାଖ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଭାବେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ରହିଛି।

publive-image

ଉଲ୍ଲେଖଯୋଗ୍ୟ, ହେମଗିର ରେଞ୍ଜ ଦାଘୋରା ସେକ୍ସନର ବଡ଼ରମ୍ପିଆ ଗାଁରେ ଏକ କଲରାପତରିଆ ବାଘ ଆକ୍ରମଣରେ ଗତକାଲି ୨ ଜଣ ମହିଳାଙ୍କ ସମେତ ୫ ଜଣ ଆହତ ହୋଇଥିଲେ। ଆହତମାନେ ହେଲେ ନଳିନୀ ବିଶ୍ୱାଳ (୪୭), ପରମେଶ୍ୱର ଭୋଇ (୫୦), ନରିଂଜନ ଭୋଇ (୩୦), କେଶବ ମାକର (୪୮) ଓ ପଦ୍ମାବତୀ ମାକର (୪୦)। ସେମାନଙ୍କୁ ବାଘ ଆକ୍ରମଣ ପରେ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଗ୍ରାମବାସୀଙ୍କ କହିବା ଅନୁସାରେ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୬ ଟାରେ ଏକ କଲରାପତରିଆ ବାଘ ପଶି ଆସି ଏକକାଳୀନ ୫ ଜଣଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe