ବାଘ ଛାଲ ସହ ଟ୍ରକ ଜବତ, ଡ୍ରାଇଭର ଗିରଫ

Advertisment
ବାଘ ଛାଲ ସହ ଟ୍ରକ ଜବତ, ଡ୍ରାଇଭର ଗିରଫ

publive-imageବଣାଇଁଗଡ଼/କୋଇଡ଼ା : କୋଇଡ଼ା ଆରିଆନ୍‌ ଲୁହାପଥର ଖଣିରୁ ଆସୁଥିବା ୧୨ ଚକିଆ ଟ୍ରକ୍‌ରେ କେହି ବାଘ ଛାଲ ଆଣୁଥିବା ସମ୍ପର୍କରେ ରେଞ୍ଜ ଅଫିସର ବୈଷ୍ଣବ ଚରଣ ପାତ୍ର କୌଣସି ସୂତ୍ରରୁ ଖବର ପାଇଥିଲେ। ତାହାକୁ ଆଧାର କରି ଆଜି ସେ ବିଭିନ୍ନ ପ୍ରବେଶ ପଥରେ ସଦଳବଳ ଜଗି ରହିଥିଲେ। ଟ୍ରକ୍‌ ଆସୁଥିବା ବେଳେ ବନ କର୍ମଚାରୀମାନେ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ବାଘଛାଲ ମିଳିଥିଲା। ତାହାକୁ ଜବତ କରି ଡ୍ରାଇଭରକୁ ସେମାନେ ଗିରଫ କରିଥିଲେ। ଗିରଫ ଡ୍ରାଇଭର କୋଇଡ଼ା ଅଞ୍ଚଳର, ମାତ୍ର ଗାଡ଼ି ମାଲିକ ରାଉରକେଲାର ବୋଲି ଜଣାପଡ଼ିଛି। ତଦନ୍ତ ବାଧାପ୍ରାପ୍ତ ହେବା ଆଶଙ୍କାରେ ଘଟଣାର ସବିଶେଷ ଖବର ଦେବାକୁ ରେଞ୍ଜ ଅଫିସର ଅନିଚ୍ଛା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe