ମହିଳାଙ୍କୁ କମେଣ୍ଟ ମାରି ଛେଚା ଖାଇଲେ ଟ୍ରାକ୍ଟର ଡ୍ରାଇଭର

ମହିଳାଙ୍କୁ କମେଣ୍ଟ ମାରି ଛେଚା ଖାଇଲେ ଟ୍ରାକ୍ଟର ଡ୍ରାଇଭର

ରାଉରକେଲା: ପ୍ରାତଃ ଭ୍ରମଣରେ ଯାଉଥିବା ଜଣେ ମହିଳାଙ୍କୁ କମେଣ୍ଟ ମାରିବା ଟ୍ରାକ୍ଟର ଡ୍ରାଇଭରକୁ ମହଙ୍ଗା ପଡ଼ିଛି। ପ୍ରାତଃ ଭ୍ରମଣ କରୁଥିବା ଲୋକମାନେ ଡ୍ରାଇଭରକୁ ଉତ୍ତମ ମଧ୍ୟମ ଦେଇ ଛେଣ୍ଡ ପୁଲିସକୁ ଜିମା ଦେଇଥିଲେ।

publive-imageମିଳିଥିବା ସୂଚନା ଅନୁଯାୟୀ, ଛେଣ୍ଡ ଅଞ୍ଚଳର ଜଣେ ମହିଳା ପ୍ରତ୍ୟେକ ଦିନ ରାଉରକେଲା ଏଆରପୋର୍ଟ ପଡ଼ିଆକୁ ପ୍ରାତଃଭ୍ରମଣ କରିବାକୁ ଆସନ୍ତି। ଗତ ୩/୪ ଦିନ ଧରି ଡ୍ରାଇଭର ଜଣକ ମହିଳାଙ୍କୁ ଏକାକୀ ଦେଖି ଅଶୀଳ ଇଂଗିତ ଦେଇଥାନ୍ତି l ଆଜି ସକାଳେ ସେଭଳି କରୁଥିବା ବେଳେ ମହିଳାଜଣକ ଲୋକଙ୍କୁ ଡାକିଥିଲେ। ଏହାପରେ ଡ୍ରାଇଭରକୁ ଉତ୍ତମ ମଧ୍ୟମ ଦେଇ ଛେଣ୍ଡ ପୁଲିସକୁ ଜିମା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe