ରାଉରକେଲା: ଭାରତ ସ୍ବାଧୀନତା ଆନ୍ଦୋଳନର ଅନ୍ୟତମ ସଂଗ୍ରାମୀ ତଥା ଆଦିବାସୀଙ୍କ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୫ତମ ଜୟନ୍ତୀ ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ପାଳିତ ହୋଇଯାଇଛି। ବିର୍ସା ମୁଣ୍ଡା ଷ୍ଟାଚ୍ୟୁ କମିଟିର ସମ୍ପାଦକ ପ୍ରଫେସର ବିଜୟ କୁମାର ଟପ୍ପୋଙ୍କ ନେତୃ୍ୃତ୍ବରେ ରାଉରକେଲା ବିଶ୍ରା ଛକ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନା ମୁଖ୍ୟ ନିର୍ବାହୀ ଅଧିକାରୀ ଦୀପକ ଚଟରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସମ୍ମାନିତ ଅତିଥି ଭାବେ ପାନପୋଷ ଉପ ଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ରାଉରକେଲା : ଜନ୍ମ ଦିନରେ ସହିଦ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି
Advertisment
Follow Us