କାଠ ଚୋରା ଚାଲାଣ ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ

Advertisment
କାଠ ଚୋରା ଚାଲାଣ ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ

ରାଉରକେଲା: କାଠ ଚୋରା ଚାଲାଣ ଅଭିଯୋଗରେ ରାଉରକେଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ଝାରଖଣ୍ଡର ସରଣ୍ଡା ଜଙ୍ଗଲରୁ ଏକ ଟାଟା ଏସି ଧଳା ରଙ୍ଗର ଗାଡ଼ିରେ ବିସ୍ରା ରେଞ୍ଜକୁ ବେଆଇନ ଭାବେ ଦୁଇଜଣ ଲୋକ କାଠ ଆଣି ଆସୁଥିଲେ। ସେଦୁହେଁ ରାଉରକେଲାର ଗୋପବନ୍ଧୁପାଲ୍ଲୀକୁ କାଠ ନେଇକରି ଯାଉଥିଲେ।

publive-image

ଏସଂପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀମାନେ ପ୍ଲାଣ୍ଟସାଇଟ ପୁଲିସର ସହାୟତାରେ ଉକ୍ତ ଗାଡ଼ିକୁ ଅଟକାଇଥିଲେ। ସେଥିରୁ ୨୩ ଖଣ୍ଡ ଶାଳ କାଠ ଓ ୭ଟି ଗମ୍ଭାରୀ କାଠ ଜବତ କରାଯାଇଥିଲା। ଏହାଛଡ଼ା କାଠ ଚୋରା ଚାଲାଣ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ। ଦୁଇ ଗିରଫ ଅଭିଯୁକ୍ତ ହେଲେପ୍ରିୟବ୍ରତ ବିଶ୍ବାଳ(୪୬) ଏବଂ ବିଭୀଷଣ ସାହୁ(୪୮)। ଉଭୟେ ରାଉରକେଲାର ବୋଲି ଜଣାଯାଇଛି। ଏହାଛଡ଼ା କାଠ ଚୋରା ଚାଲାଣରେ ବ୍ୟବହୃତ ଗାଡ଼ିକୁ ବି ଜବତ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe