ରାଉରକେଲା: ଟାଟା ଏସି ଧକ୍କାରେ ୨ ଛାତ୍ରଙ୍କ ମୃତ୍ୟୁ, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ-ପୋଡ଼ାଜଳା

Advertisment
ରାଉରକେଲା: ଟାଟା ଏସି ଧକ୍କାରେ ୨ ଛାତ୍ରଙ୍କ ମୃତ୍ୟୁ, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ-ପୋଡ଼ାଜଳା

ରାଉରକେଲା: ପରେଡ ଦେଖି ଫେରିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ଶନିବାର ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଫର୍ଟିଲାଇଜର ଟାଉନ୍‌ସିପ୍‌ ନିକଟରେ ଏହି ଦ୍ରୁତ ଗତିରେ ଯାଉଥିବା ଟାଟା ଏସି ୨ଜଣ ଛାତ୍ରଙ୍କୁ ଧକ୍କା ଦେଇଥିଲା। ଏହା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

publive-image

ସୂଚନା ମିଳିବା ପରେ ପୁଲିସ ଉତ୍ତେଜନାପୂର୍ଣ୍ଣ ସ୍ଥଳରେ ପହଂଚିଛି। ଉତ୍ତେଜିତ ଲୋକେ ରାସ୍ତା ଅବରୋଧ କରି ଫେରାର ଚାଳକକୁ ଯଥା ଶୀଘ୍ର ଗିରଫ କରିବା ଏବଂ କ୍ଷତିପୂରଣ ଦାବି କରିଛନ୍ତି। ଉତ୍ତେଜିତ ଲୋକଙ୍କୁ ପୁଲିସ ବୁଝାସୁଝା କରୁଛି।

ଇଂରାଜୀ ମିଡିୟମର ଛାତ୍ର ହରିଷ ଚନ୍ଦ୍ର ମୁର୍ମୁ ଓ ସୌମ୍ୟ ରଂଜନ ପାତ୍ରଙ୍କୁ ଆଜି ଅପରାହ୍ନରେ ଟାଟା ଏସି ଧକ୍କା ଦେଇଥିଲା। ଏହା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ଶତାଧିକ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ୨ ଜଣ ଛାତ୍ରଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe