ଉଜ୍ବଳା ଫେଲ୍, ଜାଳେଣି ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି ଲୋକେ 

Advertisment
ଉଜ୍ବଳା ଫେଲ୍, ଜାଳେଣି ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି ଲୋକେ 

ଲେଫ୍ରିପଡ଼ା (ସୁନ୍ଦରଗଡ଼): ଆଦିବାସୀ ଅଧ୍ୟୁଷିତ ଲେଫ୍ରିପଡ଼ା ବ୍ଲକ୍‌ରେ କେତେକ ଗାଁ ଗହଳ ପାଇଁ ଆଜି ବି ବିକାଶ  ସ୍ବପ୍ନ ହୋଇ ରହିଛି। ବିଶେଷ ଭାବେ ଉପାନ୍ତ ଓ ଦୁର୍ଗମ ଅ‌ଳରେ ରହିଥିବା ଗାଁ ଗୁଡ଼ିକରେ ପ୍ରାତଃ ଆଠ ଟାରେ ସକାଳ ହୁଏ ଏବଂ ସଂଧ୍ୟା ୫ ଟାରେ ରାତି ହୋଇଥାଏ। ସେମାନେ ଆଧୁନିକତାର ସ୍ବାଦ ଆଦୌ ପାଇ ନ ଥିବାବେଳେ ଦାରିଦ୍ର୍ୟତାର କଷାଘାତ ଯୋଗୁଁ ଆଜି ବି ସେମାନଙ୍କୁ ଜାଳେଣି ପାଇଁ ଜଙ୍ଗଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏଥିପାଇଁ ସେମାନଙ୍କୁ ବିପୁଳ ଶ୍ରମଦାନ କରିବାକୁ ପଡ଼ୁଥିବାବେଳେ ନିୟମିତ ଜଙ୍ଗଲ ମଧ୍ୟ ଧ୍ବଂସ ହେଉଛି। ଅନେକ ସମୟରେ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ହାତରେ ଧରାପଡ଼ି ଦଣ୍ତ ମଧ୍ୟ ପାଉଛନ୍ତି। ଯୋଗାଣ ବିଭାଗ ଦ୍ବାରା ଯୋଗାଇ ଦିଆଯାଉଥିବା କିରାସିନି ସମୁଦ୍ରକୁ ଶଙ୍ଖେ। କଳାବଜାରରୁ କିଣିବା ପାଇଁ ତାଙ୍କ ପାଖରେ ସାମର୍ଥ୍ୟ ମଧ୍ୟ ନାହିଁ। ଇନ୍ଧନର ବିକଳ୍ପ ଭାବେ ସରକାରଙ୍କ ଉଜ୍ବଳା ଯୋଜନାରେ ଇନ୍ଧନ ଗ୍ୟାସ୍‌ ଯୋଗାଇ ଦିଆଯାଉଛି ସତ; ମାତ୍ର ଆର୍ଥିକ ଅଭାବ ଯୋଗୁଁ ଅନେକ ପରିବାର ଗ୍ୟାସ୍‌ ସଂଯୋଗ ଠାରୁ ଦୂରରେ ରହୁଛନ୍ତି। ଏଭଳିକି ଯେଉଁମାନେ ଗ୍ୟାସ୍‌ ନେଇଛନ୍ତି, ଅର୍ଥାଭାବ ଯୋଗୁଁ ସେମାନେ ପରବର୍ତ୍ତୀ ସମୟରେ ଗ୍ୟାସ୍‌ ବ୍ୟବହାର ଆଉ କରି ପାରୁନାହାନ୍ତି। ଫଳରେ ବାଧ୍ୟ ହୋଇ ଜଙ୍ଗଲ ଉପରେ ହିଁ ନିର୍ଭର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe