ପ୍ରାଥମିକ ବିଦ୍ୟାଳୟରେ ମାତାଲ ଶିକ୍ଷକ ଉନ୍ମତ୍ତ କାଣ୍ଡ

Advertisment
ପ୍ରାଥମିକ ବିଦ୍ୟାଳୟରେ ମାତାଲ ଶିକ୍ଷକ ଉନ୍ମତ୍ତ କାଣ୍ଡ

ଲେଫ୍ରିପଡା:ଲେଫ୍ରିପଡା ବ୍ଲକର ସୁର୍ଗୁଡା କ୍ଲଷ୍ଟର ଅନ୍ତର୍ଗତ କୁଲାବିରା କିଶାନପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜନୈକ ସହକାରୀ ଶିକ୍ଷକ ମାତାଲ ଅବସ୍ଥାରେ ନିୟମିତ ସ୍କୁଲ କୁ ଆସିବା ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଏ ନେଇ ବିଇଓ ଙ୍କୁ ଲିଖିତ ଅଭିଯୋଗ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବାରୁ ଗତକାଲି ଗ୍ରାମବାସୀ ଉତ୍ତେଜିତ ହୋଇ ସ୍କୁଲରେ ତାଲା ମାରିଦେବାରୁ ଘଟଣା ଏବେ ବିଇଓ ଏବଂ ଡିଇଓଙ୍କ ଦୃଷ୍ଟି କୁ ଆସିଛି। ତେବେ ଲେଫ୍ରିପଡା ବ୍ଲକରେ ମାତାଲ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ ଘଟଣା ନୂଆଁ ନୁହେଁ, ଏହାପୂର୍ବରୁ ବଡ଼ଖଲିଆ ପ୍ରାଥମିକ ଏବଂ ମନୋହରପୁର ତଥା ଶାଗଯୋର ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟ ଅଭିଯୋଗ ଆସିଛି। ଗଣମାଧ୍ୟମରେ ଖବର ପ୍ରକାଶନ ସହିତ ସଂପୃକ୍ତ ମାତାଲ ଶିକ୍ଷକଙ୍କୁ କେବଳ ନିଳମ୍ବିତ କରାଯାଇଛି ସତ; ମାତ୍ର ସ୍ଥାନୀୟ ଶିକ୍ଷା ବ୍ୟବସ୍ଥାରେ ପରିଚାଳନାଗତ ତୃଟୀ ଏହାର ମୁଖ୍ୟ କାରଣ ବୋଲି ଜଣାପଡିଛି। କାରଣ ଏହି ବ୍ଲକରେ ବିଗତ ୨୦୨୦ ରୁ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଅତିରିକ୍ତ ଶିକ୍ଷା ଅଧିକାରୀ ନାହାନ୍ତି। ଫଳରେ ଶିକ୍ଷା ବ୍ୟବସ୍ଥା ଆଜି ଏଭଳି ସ୍ଥିତିରେ ପହଞ୍ଚିଛି।

publive-image
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କିଶାନପଡା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦୀପ କୁମାର ପଟେଲ ନିୟମିତ ମଦ୍ୟପାନ କରି ସ୍କୁଲ କୁ ଆସି ଶ୍ରେଣୀ ଭିତରେ ପିଲାଙ୍କ ମଧ୍ୟରେ ଚୌକି ଏବଂ ତଳେ ଶୋଇବା, ପିଲାଙ୍କୁ ଗାଲିଗୁଲଜ କରି ଆସୁଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ସୁମିତା ପାଣ୍ଡେ ଏନେଇ ବିଇଓ ଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ। ତେବେ ଗତ ଗୁରୁବାର ୨୯ ତାରିଖ ଦିନ ପରିସ୍ଥିତି ଜଟିଳ ହୋଇଥିଲା ସହକାରୀ ଶିକ୍ଷକ ଶ୍ରୀ ପଟେଲ ଅତ୍ୟଧିକ ମଦ୍ୟପାନ କରି ସ୍କୁଲକୁ ପହଞ୍ଚି ପିଲାମାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ।

publive-image

ଖବରପାଇ ତାଙ୍କ ପୁଅ ସ୍କୁଲରେ ପହଞ୍ଚି ମାତାଲ ବାପାଙ୍କୁ ନିସ୍ତୁକ ମାଡପିଟ୍ କରିବାରୁ ଘଟଣା ସଂପର୍କରେ ଗ୍ରାମବାସୀ ଖବର ପାଇ ସ୍କୁଲକୁ ପହଞ୍ଚି ନିଜ ପିଲାମାନଙ୍କୁ ନେଇଯିବା ସହ ସ୍କୁଲରେ ତାଳା ମାରିଦେଇଥିଲେ ପ୍ରଧାନଶିକ୍ଷୟିତ୍ରୀ ସୁମିତା ପାଣ୍ଡେ ଗ୍ରାମବାସୀଙ୍କୁ ଗୁହାରି କରିବା ସତ୍ତ୍ବେ ତାଳା ନ ଖୋଲିବାରୁ ସେ ସିଆରସିସି ସଲିଲ କୁମାର ପଟେଲ ଏବଂ ଲେଫ୍ରିପଡା ଥାନା ଅଧିକାରୀ ସୁମନ୍ତ କୁମାର ନାୟକଙ୍କୁ ଫୋନ୍ କରିଥିଲେ। ପରେ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ଏସଂପର୍କରେ ସିଆରସିସି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ତଦନ୍ତ ରିପୋର୍ଟ ଦାଖଲ କରିଥିବା ବେଳେ ଆଜି ଅଭିଯୁକ୍ତ ମାତାଲ ଶିକ୍ଷକ ଶ୍ରୀ ପଟେଲଙ୍କୁ ନିଲମ୍ବିତ କରାଯିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ତେବେ ସ୍ଥାନୀୟ ଶିକ୍ଷା ବିଭାଗରେ ଏଭଳି ଅନେକ ପ୍ରକାରର ଅବ୍ୟବସ୍ଥା ଦେଖାଯାଉଥିବା ବେଳେ ଶିକ୍ଷା ବ୍ୟବସ୍ଥା ମଧ୍ୟ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ସ୍ଥିତିରେ ରହିଛି। ତେଣୁ ଯଥାଶୀଘ୍ର ସ୍ଥାୟୀ ବିଇଓ ଓ ଏବିଓ ନିଯୁକ୍ତି ପାଇଁ ଦାବୀ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe