ହୀନମନ୍ୟତା ଆମ ଭାଷା ଓ ଆମ ପରିଚୟକୁ ବିଲୋପର ଦ୍ବାର ଦେଶକୁ ନେଇଯିବାକୁ ଵସିଛି

Advertisment

ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ

ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ

ହୀନମନ୍ୟତା ଆମ ଭାଷା ଓ ଆମ ପରିଚୟକୁ ବିଲୋପର ଦ୍ବାର ଦେଶକୁ ନେଇଯିବାକୁ ଵସିଛି

ସୁନ୍ଦରଗଡ଼: 'ଇଂରାଜି କହୁଥିବା ବ୍ୟକ୍ତିକୁ ଏଠି ସର୍ବଜ୍ଞାନର ଅଧିକାରୀ ଵୋଲି ଗଣାଯାଏ। ଇଂରାଜି ମାଧ୍ୟମରେ ପିଲାଙ୍କୁ ପଢ଼ାଇ ଅଭିଭାବକ ଗର୍ଵ ଅନୁଭବ କରନ୍ତି। ବିଶେଷ କରି ଇଂରାଜି ପଢୁଥିବା ପିଲାଙ୍କ ଭଵିଷ୍ୟତ ଉଜ୍ଵଳ ଵୋଲି ଅନେକଙ୍କ ଧାରଣା ରହିଛି। ଓଡ଼ିଆ ପରିଚୟ ଦେଵାକୁ ଅନେକ କୁଣ୍ଠାଵୋଧ କରନ୍ତି। ଏହି ହୀନମନ୍ୟତା ଆମ ଭାଷା ଓ ଆମ ପରିଚୟକୁ ବିଲୋପର ଦ୍ବାର ଦେଶକୁ ନେଇଯିବାକୁ ଵସିଛି।
ଆଜି ସୁନ୍ଦରଗଡ଼ ବିକାଶଭବନରେ ଆୟୋଜିତ ଜିଲ୍ଲାସ୍ତରୀୟ ଉତ୍କଳ ଦିବସରେ ଅତିଥି, ବକ୍ତାମାନେ ଏହା କହିବା ସହ ମନରୁ ହୀନମନ୍ୟତା ବାହାର କରିଦେବାକୁ ଆହ୍ବାନ ଜଣାଇଛନ୍ତି। ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସଵରେ ମୁଖ୍ୟଅତିଥି ଭାଵେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମା ଏକ୍କା ଯୋଗ ଦେଇ ଉତ୍କଳ ପ୍ରଦେଶ ଗଠନରେ ବ୍ୟକ୍ତିମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ରୂପେ ସରକାରୀ ମହାଵିଦ୍ୟା ଳୟର ଅଧ୍ୟାପିକା ସସ୍ମିତା ଭୋଇ ଓଡ଼ିଶା ରାଜ୍ୟ ଗଠନର ପୃଷ୍ଠଭୂମି ଓ ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ଼।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଵିଶ୍ବଜିତ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂହ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଅନୀଲ କେର୍କେଟା ଉପସ୍ଥିତ ଥିଲେ। ଏହି ଅବସରରେ ଆୟୋଜିତ ଵତ୍କୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ମଞ୍ଚ ସଂଯୋଜନା କରିଥିଲେ ପ୍ରିୟଙ୍କା ଜେନା। ଏହା ପୂର୍ବରୁ କଳାୟତନରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe