ପତ୍ନୀକୁ ପିଟିପିଟି ହତ୍ୟା ମାମଲା:ଜେଲ୍‌ ଗଲା ଅଭିଯୁକ୍ତ ସ୍ବାମୀ

ନାବାଳିକା ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ସୁନ୍ଦରଗଡ଼: ବୁଧବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଟାଉନଥାନା ବନଦୁର୍ଗା ମନ୍ଦିର ସନ୍ନିକଟ ଠେ‌ଲକୋଛାପଲ ପତ୍ନୀକୁ ପିଟି ପିଟି ମାରି ଦେଇଥିବା ସ୍ବାମୀ ମନକୁ ବାଗ (୬୦)କୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ଜାମିନ ନାମଞ୍ଜୁର କରି ତାକୁ ଜେଲ୍‌କୁ ପଠାଇ ଦେଇଛି। ସାମାନ୍ୟ ଚାଉଳ ବସ୍ତା ଓହ୍ଲାଇବାକୁ ନେଇ ସୃଷ୍ଟ କଳି ଏଭଳି କାଳ ରୂପ ଧାରଣ କରି ଜଣକ ଜୀବନ ନେବା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ବୁଧବାର ରାତିରେ ସ୍ବାମୀ ମନକୁ ଚାଉଳ ବସ୍ତା ନେଇ ଘରକୁ ଯିବା ପରେ ବସ୍ତା ଓହ୍ଲାଇବାକୁ ପତ୍ନୀ ଚମ୍ପାଙ୍କୁ କହିଥିଲେ। ଅନ୍ୟ କାମରେ ବ୍ୟସ୍ତ ଥିବା ପତ୍ନୀ ମନା କରି ଦେଇଥିଲେ। ଯାହା ଝଗଡ଼ାର ରୂପ ନେଇଥିଲା। ରାଗରେ ସ୍ବାମୀ ମନକୁ ରକ୍ତମୁଖା ପାଲଟି ବାଡ଼ିରେ ପିଟି ପିଟି ମାରି ଦେଇଥିଲା। ଏପରିକି ପତ୍ନୀ ମରିଯିବା ଜାଣି ନୃଶଂସ ସ୍ବାମୀ ତାଙ୍କ ଗୁପ୍ତାଂଗରେ ବାଡ଼ି ଖେଞ୍ଚି ଦେଇଥିଲା। ରାତିରେ ଘଟିଥିବା ଘଟଣା ତା ଆରଦିନ ଅର୍ଥାତ ୨୮ ତାରିଖ ଦିନ ୧୧ଟାରେ ଖବର ମିଳିବା ପରେ ଟାଉନଥାନା ପୁଲିସ ଘଟଣାସ୍ଥଳକୁ ଯାଇ ମୃତ ଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଥିଲା। ଆଜି ଶବ ବ୍ୟବଚ୍ଛେଦ କରି ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe