ଜଙ୍ଗଲ ଭିତରେ ପଡ଼ିଛି ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଅଜଣା ଯୁବତୀଙ୍କ ଗଳିତ ଶବ

Advertisment
ଜଙ୍ଗଲ ଭିତରେ ପଡ଼ିଛି ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଅଜଣା ଯୁବତୀଙ୍କ ଗଳିତ ଶବ

ସୁନ୍ଦରଗଡ଼: ବଡଗାଁ ଥାନା ଅନ୍ତର୍ଗତ ବାଙ୍କିବାହାଲ ଗାଁ ନିକଟ ବାଘଲତ ପାହାଡ଼ ତଳେ ଜଣେ ଯୁବତୀଙ୍କ ଗଳିତ ଶବ ପଡ଼ିଥିବା ଦେଖାଯାଇଛି। ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ୫/୬ ଦିନ ତଳେ ହୋଇଥିବା ଅନୁମାନ କରାଯାଇଛି। ପାରିପାର୍ଶିକସ୍ଥିତି ଓ ମୃତଦେହର ଅବସ୍ଥାକୁ ଦେଖିଲେ କେହି ତାଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ଅଥବା ଜଙ୍ଗଲ ଭିତରେ ହିଁ ମାରି ଛାଡି ଚାଲି ଯାଇଥିବା ଅନୁମେୟ।

ତେବେ ଯୁବତୀଙ୍କ ପରିଚୟ ମିଳିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଲାଇଛି। ଅନ୍ୟପଟେ ଗତ କିଛି ଦିନ ତଳେ ଇତମା ପାଖର ସେମେଲବାହାଲ ଗାଁର ଜଣେ ମହିଳା ନିଖୋଜ ଥିବାବେଳେ ହୁଏତ ମୃତଦେହଟି ସେହି ମହିଳାଙ୍କ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ନିଖୋଜ ମହିଳାଙ୍କ ପରିବାର ଘଟଣାସ୍ଥଳକୁ ଯାଇଛନ୍ତି।।ଶବକୁ ଦେଖିବା ପରେ ତାହା ନିଖୋଜ ମହିଳାଙ୍କର କି ନୁହେଁ ସ୍ପଷ୍ଟ ହେଵ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe