ଟ୍ରେନ୍‌ରେ ମହିଳାଙ୍କ ସୁନା ଗହଣା ଓ ଟଙ୍କା ଲୁଟ୍‌

Advertisment
ଟ୍ରେନ୍‌ରେ ମହିଳାଙ୍କ ସୁନା ଗହଣା ଓ ଟଙ୍କା ଲୁଟ୍‌

ରାଉରକେଲା/ବାମରା: ବାମରା ରେଳ ଷ୍ଟେସନରୁ ଡିଏମ୍‌ୟୁ ଟ୍ରେନ୍‌ରେ ରାଉରକେଲା ଆସୁଥିବା କୁଆରମୁଣ୍ଡାର ଜଣେ ମହିଳାଙ୍କର ପ୍ରାୟ ୫ ଭରି ଓଜନର ସୁନା ଅଳଙ୍କାର ଓ ନଗଦ ୨ ହଜାର ଟଙ୍କା ଲୁଟ୍ ହୋଇଛି। ବାମରା ଜିଆର୍‌ପି ଫାଣ୍ଡିରେ ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୁଲିସ ଏହାର ତଦନ୍ତ କରୁଛି। ତେବେ ଲୁଟେରାଙ୍କର କୌଣସି ପତ୍ତା ମିଳିନାହିଁ।
ବାମରା ଗୋବିନ୍ଦପୁରର ରୀନା ସାହୁ ସୁନ୍ଦରଗଡ଼ ଜିଲ୍ଲାର କୁଆରମୁଣ୍ଡାରେ ବିବାହ କରିଛନ୍ତି। ଆଜି ନିଜ ପୁଅ, ଝିଅ ଓ ଭଉଣୀ ସହିତ ସେ ଘରକୁ ଫେରୁଥିଲେ। ବାମରା ରେଳ ଷ୍ଟେସନରେ ସେ ଡିଏମ୍‌ୟୁ ଟ୍ରେନ୍ ଚଢିଥିଲେ। ଟ୍ରେନ୍ ଭିତରେ ଭ୍ୟାନିଟି ବ୍ୟାଗ ଚେନ୍ ଖୋଲାଥିବା ଦେଖି ସେ ଯାଞ୍ଚ କରିବାରୁ ପର୍ସ ଭିତରେ ଥିବା ୨୦ ଗ୍ରାମ ଓଜନର ସୁନାହାର, ୧୫ ଗ୍ରାମ ଓଜନର ମଙ୍ଗଳସୂତ୍ର, ୧୦ ଗ୍ରାମର ଦୁଇଟି କାନଫୁଲ ଓ ନଗଦ ଦୁଇ ହଜାର ଟଙ୍କା ନଥିବା ଦେଖିବାକୁ ପାଇଥିଲେ। ଟ୍ରେନ୍‌ରେ ଚଢିବା ସମୟରେ କିମ୍ବା ଟ୍ରେନ୍‌ ଭିତରେ କେହି ସୁନା ଅଳଙ୍କାର ନେଇ ଯାଇଥିବା ଅନୁମାନ କରାଯାଉଛି। ଟ୍ରେନ ଷ୍ଟେସନ ଛାଡି ଦେଇଥିବାରୁ ପରବର୍ତ୍ତୀ ଟାଙ୍ଗରମୁଣ୍ଡା ଷ୍ଟେସନରେ ଓହ୍ଲାଇ ଅନ୍ୟ ଏକ ଟ୍ରେନରେ ବାମରା ଆସି ଜିଆରପି ଫାଣ୍ଡିରେ ରୀନା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe