ଏନଟିପିସି ଡୁଲିଙ୍ଗା ଵିସ୍ଥାପିତ ମହିଳାଙ୍କ ଆମରଣ ଅନଶନ

ଏନଟିପିସି ଡୁଲିଙ୍ଗା ଵିସ୍ଥାପିତ ମହିଳାଙ୍କ ଆମରଣ ଅନଶନ

ସୁନ୍ଦରଗଡ଼: ପୁନର୍ବାସ ଓ ଥଇଥାନ ଦାବିରେ ଏନଟିପିସି ଡୁଲିଙ୍ଗା କୋଇଲା ଖଣି ଵିସ୍ଥାପିତ ପରିବାରର ଵିଵାହିତା ଝିଅମାନେ ଆଜି ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନରେ ଵସିଛନ୍ତି। ସର୍ଭେ ସମୟରେ ଥଇଥାନ ତାଲିକାରେ ନାମ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଵିବାହିତା ଦର୍ଶାଇ ଅଞ୍ଚଳର ପ୍ରାୟ ୩୦ ଜଣ ଝିଅଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି। ତା’ର ପ୍ରତିବାଦ ଓ ଥଇଥାନ ଦାଵି ନେଇ ପ୍ରଭାବିତ ମହିଳାମାନେ ଫେଵ୍ରୁଆରି ୧ରୁ ଖଣି ପ୍ରକଳ୍ପ କାର୍ଯ୍ୟାଳୟ ଆଗରେ ଧାରଣା ଜାରି ରଖିଥିଲେ। ଏହା ମଧ୍ୟ‌ରେ ଉପଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ନ୍ୟାୟ ନ ପାଇବା ଯାଏ ଅମରଣ ଅନଶନ ଜାରି ରହିବ ଵୋଲି ମହିଳାମାନେ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe