କାଠଗଣ୍ଡି ଓ ବାଇକ୍‌ ସହ ଯୁବକ ଗିରଫ

Advertisment
କାଠଗଣ୍ଡି ଓ ବାଇକ୍‌ ସହ ଯୁବକ ଗିରଫ

ହେମଗିର: ହେମଗିର ରେଞ୍ଜ ଦାଘୋରା ସେକ୍ସନ ରୋହିଣୀ ଜପ୍ତି ଜଙ୍ଗଲରୁ ପିଆଶାଳା କାଠ ଗଣ୍ଡି ଚୋରାଚାଲାଣରେ ସଂପୃକ୍ତ ଜଣେ ଯୁବକ ବାଇକ୍‌ ସହ ଧରାପଡ଼ିଛି। ଗିରଫ ଯୁବକ ଜଣକ କୁସୁମେଲ ଗ୍ରାମର ଲକ୍ଷ୍ମଣ ପଧାନ(୨୭)। ତା ନିକଟରୁ ସିଜି ୧୨ବି ୭୭୦୯ ବାଇକ୍‌ ଜବତ ହୋଇଛି। ଗତକାଲି ସନ୍ଧ୍ୟାରେ ରୋହିଣୀ ଜଙ୍ଗଲରେ ବିଭାଗୀୟ ପାଟ୍ରୋଲିଂ ସମୟରେ ଅଭିଯୁକ୍ତ ଲକ୍ଷ୍ମଣ ପଧାନ ବାଇକ୍‌ ଯୋଗେ ବିଜା କାଠ ଗଣ୍ଡି ଝାରସୁଗୁଡା ଜିଲ୍ଲା ବେଲପାହାଡ ରେଞ୍ଜ ବିଜାପାଲି ଗାଁକୁ ଚୋରାଚାଲାଣ କରୁଥିଲା। ପାଟ୍ରୋଲିଂ ଦଳକୁ ଦେଖି ଲକ୍ଷ୍ମଣ ବାଇକ୍‌ ସହ ବିଜା ଗଣ୍ଡିକୁ ଛାଡି ଜଙ୍ଗଲ ମଧ୍ୟରେ ଦୌଡ଼ି ଫେରାର ହୋଇଯାଇଥିଲା। ଜବତ ବାଇକ୍‌ ଓ ବିଜା ଗଣ୍ଡିକୁ ଆଣି ଦାଘୋରା ସେକ୍ସନ ଅଫିସ ପରିସରରେ ରଖାଯାଇଥିଲା। ପରେ ଲକ୍ଷ୍ମଣ ମଧ୍ୟରାତ୍ରରେ ଅଫିସ ପରିସରରେ ପାଚେରୀ ଡେଇଁ ଜବତ ବାଇକ ଓ ବିଜା ଗଣ୍ଡିକୁ ନେବାକୁ ଉଦ୍ୟମ କରିବା ସମୟରେ କର୍ମଚାରୀଙ୍କ ହାତରେ ଧରାପଡ଼ିଥିଲା।  ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe