Accident: କାରଖାନାରେ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ: ଚାକିରି, ଘର ସହ ୩୫ ଲକ୍ଷ କ୍ଷତିପୂରଣ ପ୍ରଦାନ

Advertisment

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଏକ  କାରଖାନା ପରିସରରେ ଗତକାଲି ମାଲବାହୀ ଟ୍ରେନ୍‌ରେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ଶ୍ରମିକ କ୍ଷତିପୂରଣ ବାବଦରେ ପ୍ରତିଶ୍ରୁତି ପାଇବା ପରେ ଆଜି ଶବ ବ୍ୟବଛେଦ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଏକ  କାରଖାନା ପରିସରରେ ଗତକାଲି ମାଲବାହୀ ଟ୍ରେନ୍‌ରେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ଶ୍ରମିକ କ୍ଷତିପୂରଣ ବାବଦରେ ପ୍ରତିଶ୍ରୁତି ପାଇବା ପରେ ଆଜି ଶବ ବ୍ୟବଛେଦ ହୋଇଛି।

rairangpur

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଏକ  କାରଖାନା ପରିସରରେ ଗତକାଲି ମାଲବାହୀ ଟ୍ରେନ୍‌ରେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ଶ୍ରମିକ କ୍ଷତିପୂରଣ ବାବଦରେ ପ୍ରତିଶ୍ରୁତି ପାଇବା ପରେ ଆଜି ଶବ ବ୍ୟବଛେଦ ହୋଇଛି। ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି।  

ଗତକାଲି ପ୍ରାୟ ୯ ଘଣ୍ଟା ପର୍ଯ୍ୟନ୍ତ ଧାରଣା ଓ ଆଲୋଚନା ଚାଲିବା ପରେ କ୍ଷତିପୂରଣ ବାବଦରେ ନିଷ୍ପତ୍ତି ହୋଇଥିଲା। ଆଲୋଚନାରେ ପରିବାରର ସଦସ୍ୟ, ମୃତକଙ୍କ ଗ୍ରାମର ସରପଞ୍ଚ, ସ୍ଥାନୀୟ ପ୍ରଶାସନ, କିଛି ଶ୍ରମିକ ସଙ୍ଗଠନର ନେତାଙ୍କ ସହିତ ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜେନ ଏକ୍କା ଏବଂ କମ୍ପାନି କର୍ତ୍ତୃପକ୍ଷ ସାମିଲ ହୋଇଥିଲେ। ସୂଚନା ଅନୁଯାଇ କ୍ଷତି ପୂରଣ ବାବଦରେ ମୃତ ଶ୍ରମିକଙ୍କ ସ୍ତ୍ରୀଙ୍କୁ କାରଖାନାରେ  ସ୍ଥାୟୀ ଚାକିରୀ, ୩ ବର୍ଷୀୟ ଝିଅର ଶିକ୍ଷା, ପେନ୍‌ସନ ଏବଂ ୩୫ ଲକ୍ଷ ଟଙ୍କା ପ୍ରଦାନ ନେଇ କମ୍ପାନି କତ୍ତୃପକ୍ଷ ପକ୍ଷରୁ ପ୍ରତିଶୃତି ଦିଆଯିବା ପରେ ମାମଲାର ସମାଧାନ ହୋଇଥିଲା।

ଆଜି ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବ ପରେ ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ ଦାଶ ରାଉରକେଲା ପାନପୋଷସ୍ଥିତ ଶବ ଗୃହରେ ମୃତଦେହକୁ ବ୍ୟବଛେଦ କରବା ପରେ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ। ଅପରାହ୍ନରେ ମୃତକ ଚନ୍ଦ୍ର ମିଞ୍ଜଙ୍କ ଶେଷକୃତ ତାଙ୍କ ଗ୍ରାମ ସ୍ମଶାନରେ ସମ୍ପନ୍ନ ହୋଇଛି। ଏଥିରେ କମ୍ପାନିର କିଛି ଅଧିକାରୀମାନେ ମଧ୍ୟ୍ୟ ସାମିଲ ହୋଇ ଶେଷ ଦର୍ଶନ ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe