ରାଉରକେଲା: ଦ୍ରୁତଗତି ମହାବିପତ୍ତି। ସଡ଼କପଥରେ ଯିବା ବେଳେ ସତର୍କତାମୂଳକ ପଦକ୍ଷେପ ନିଆଯିବା ଦ୍ବାରା ଧନ-ଜୀବନ ସୁରକ୍ଷିତ ହୋଇଥାଏ। ପରିବାରକୁ ମଧ୍ୟ କଷ୍ଟ ହୋଇ ନଥାଏ। ଅପରପକ୍ଷେ, ଗମନାଗମନ ନିୟମକୁ ଅଣଦେଖା କରାଯିବା ଦ୍ବାରା ଦୁଃଖ ଓ ଶୋକ ମାଡ଼ିଆସିବାର ସମ୍ଭାବନ ଥାଏ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଆଜି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି, ଯାହାକି ଛାତି ଥରାଇ ଦେବ। ଦ୍ରୁତଗତିରେ ଯାଉଥିବା ଜଣେ ବାଇକ୍ ଆରୋହୀ ରାସ୍ତାକଡ଼ରେ ଥିବା ଲୁହା ଆଙ୍ଗେଲକୁ ଧକ୍କା ଦେଇ ଜୀବନ ହରାଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବାଇକ୍ ଆରୋହୀ ଜଣକ ଦୁଇ ଖଣ୍ଡ ହୋଇଯାଇଥିଲେ। ତାଙ୍କର ଅଣ୍ଟାର ଉପରଭାଗ ଲୁହା ଆଙ୍ଗେଲରେ ମାଡ଼ ହୋଇ ଥିଲା। ଫଳରେ ସେ ଦୁଇ ଖଣ୍ଡ ହୋଇଯାଇଥିଲେ। ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ।
ଏହି ଖବର ପଢ଼ନ୍ତୁ: ମହାନଦୀରୁ ମିଳିଲା ଅବସରପ୍ରାପ୍ତ ପ୍ରଫେସରଙ୍କ ମୃତଦେହ
ଲହୁଣିପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତାର ଦର୍ଜିଂ ରାସ୍ତାରେ ଜଣେ ଅଜଣା ବାଇକ ଆରୋହୀଙ୍କର ଶରୀର ଖଣ୍ଡ ବିଖଣ୍ଡିତ ହୋଇଛି। ଆଜି ସନ୍ଧ୍ୟାରେ ୬ଟା ପାଖାପାଖି ସମୟରେ ଏହି ଅଭାବନୀୟ ଘଟଣା ଘଟିଛି।
ଏହି ଖବର ପଢ଼ନ୍ତୁ: ୫ଦିନ ଯାଏଁ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା
ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ଲହୁଣିପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତାର ଦର୍ଜିଂ ରାସ୍ତାରେ ଜଣେ ଅଜଣା ବାଇକ ଆରୋହୀଙ୍କର ଶରୀର ଖଣ୍ଡ ବିଖଣ୍ଡିତ ହୋଇଛି। ଆଜି ସନ୍ଧ୍ୟାରେ ୬ଟା ପାଖାପାଖି ସମୟରେ ଜଣେ ବାଇକ୍ (ଓଡି ୧୪ ଏଏଫ୍ ୭୦୫୦) ଆରୋହୀଙ୍କର ଜଣକ ରାଜାମୁଣ୍ଡା ପଟୁ ରାଉରକେଲା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦ୍ରୁତଗତିରେ ଯାଉଥିବା ବାଇକ୍ ଅରୋହୀ ଡିଭାଇଡର ଉପର ଅତିକ୍ରମ କରି ରାସ୍ତାରେ ଲାଗିଥିବା ଲୁହା ଆଙ୍ଗେଲ୍ରେ ପିଟି ହୋଇଥିଲେ। ଫଳରେ ତାଙ୍କର ଶରୀର ଦୁଇ ଖଣ୍ଡ ହୋଇ ଯାଇଥିଲା।
ଏହି ଖବର ପଢ଼ନ୍ତୁ: ଠିକ୍ ସମୟରେ କାମ ନସରିଲେ ହେବ କାର୍ଯ୍ୟାନୁଷ୍ଠାନ
ତେବେ ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଦେଖି ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କରିଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଲାଇଥିବା ଜଣାପଡ଼ିଛି।
ଏହି ଖବର ପଢ଼ନ୍ତୁ: ଜେପିସିକୁ ଗଲା 'ଏକ ଦେଶ, ଏକ ନିର୍ବାଚନ' ବିଲ୍