ହାତୀ ଆକ୍ରମଣରେ ଯୁବତୀ ଗୁରୁତର

Advertisment
ହାତୀ ଆକ୍ରମଣରେ ଯୁବତୀ ଗୁରୁତର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଦୀର୍ଘ ୧୫ଦିନ ଧରି ଦୁଇଟି ଦନ୍ତା ହାତୀ ଉତ୍ପାତ ଚଳାଇଛନ୍ତି। ଗତକାଲି ବଣାଇ ସହରରେ ରହିବା ପରେ ମନ୍ଦିର ପାଚେରି ଭାଙ୍ଗିବା ପରେ ଦିନସାରା ପାଖରେ ଥିବା ଜଙ୍ଗଲରେ ରହି ରାତିରେ ବାହାରି ପାଖରେ ଥିବା ଧରଣୀଧର ପାଲି ଜଙ୍ଗଲକୁ ଯାଉଥିବା ବେଳେ ଦରେଇକେଲା ନିକଟରେ ଜଣେ ଯୁବତୀ ମର୍ଣ୍ଣିଙ୍ଗ ୱାକ୍ କରୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ଯୁବତୀଙ୍କୁ ଟେକି ଫୋପାଡ଼ି ଦେଇଥିଲା।

ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଗୁରୁତର ହେବାରୁ ବନ ବିଭାଗ କର୍ମଚାରୀ ପ୍ରଥମେ ବଣାଇ ପରେ ରାଉରକେଲା ଡାକ୍ତରଖାନାକୁ ପଠାଇଛନ୍ତି। ବନ କର୍ମଚାରୀମାନେ ଦୁଇ ଦନ୍ତାକୁ ସହରରୁ ତଡ଼ିବାକୁ ଉଦ୍ୟମ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe