ବାଇକରୁ ପଡ଼ି ରାସ୍ତାକଡ଼ରେ ଯୁବକଙ୍କର ମୃତ୍ୟୁ

Advertisment
ବାଇକରୁ ପଡ଼ି ରାସ୍ତାକଡ଼ରେ ଯୁବକଙ୍କର ମୃତ୍ୟୁ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଥାନା ଅନ୍ତର୍ଗତ ନୂଆପାଲି ଗ୍ରାମର ରାସ୍ତାକଡ଼ରେ ବାଇକରୁ ପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛିl ନୂଆପାଲି ଗ୍ରାମ ରାସ୍ତାକଡ଼ରେ ଏକ ସିମେଣ୍ଟ ମିକସ୍ଚର ମେସିନ୍ ରାସ୍ତାକଡ଼ରେ ଛିଡ଼ା ହୋଇଥିଲା। ବଣାଇଁଗଡ଼ ସହର ପଟୁ ନୂଆପାଲି ଗ୍ରାମକୁ ସେହି ଗ୍ରାମର ଯୁବକ ଡମ୍ବରୁଧର ବଡ଼ନାୟକ (୨୯)ରାତିରେ ଏକ ବାଇକ ଯୋଗେ ଯାଉଥିଲେl

ହଠାତ୍ ମିକସ୍ଚର ମେସିନକୁ ଦେଖି ବାଇକର ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିବା ଫଳରେ ଡମ୍ବରୁଧର ବଡ଼ନାୟକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସକାଳେ ସ୍ଥାନୀୟ ଲୋକେ ଦେଖି ବଣାଇଁ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ବଣାଇଁ ଥାନା ଅଧିକାରୀ ଲକ୍ଷ୍ମୀନାରାୟଣ ମାରାଣ୍ଡି ଓ ଏଏସଆଇ ବରୁଣ କୁମାର ନାୟକ, ବ୍ରଜ କିଶୋର ଦାସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe