ରାଉରକେଲା: ମାଆଙ୍କ ସଂପର୍କୀୟା ମହିଳାଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ

Advertisment
ରାଉରକେଲା: ମାଆଙ୍କ ସଂପର୍କୀୟା ମହିଳାଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ

ରାଉରକେଲା: ଘରକୁ ବୁଲିବାକୁ ଆସିଥିବା ଜଣେ ଆଣ୍ଟି(ମା’ର ସଂପର୍କୀୟ)ଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ହେଉଛନ୍ତି ଗୋପବନ୍ଧୁପଲ୍ଲୀର ରିକି ଦାସ ଓରଫ୍‌ ମୁଣ୍ଡା(୨୦)। ଅଭିଯୁକ୍ତ ଜଣେ ଅଟୋ ଚାଳକ। ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନାରୁ ପ୍ରକାଶ ଯେ ବନ୍ଧମୁଣ୍ଡା ଅଞ୍ଚଳରେ ରୁହନ୍ତି ପୀଡ଼ିତା(୪୫)। ପୀଡ଼ିତା ତାଙ୍କ ସ୍ବାମୀ ଓ ପାଞ୍ଚ ପିଲାଛୁଆଙ୍କ ସହ ସେଠାରେ ରହନ୍ତି। ଗତକାଲି ଅପରାହ୍ନରେ ମହିଳା ଜଣକ ଗୋପବନ୍ଧୁପଲ୍ଲୀରେ ଥିବା ଜଣେ ବାନ୍ଧବୀଙ୍କ ପାଖକୁ ବୁଲିବାକୁ ଆସିଥିଲେ। ମହିଳା ସେଠାରେ ବାନ୍ଧବୀ ସହ ହାଣ୍ଡିଆ ପିଇଥିଲେ। ଫଳରେ ସେ ନିଶାସକ୍ତ ହୋଇପଡ଼ିଥିଲେ। ନିଶାସକ୍ତ ଅବସ୍ଥାରେ ମହିଳା ଜଣକ ଗୋପବନ୍ଧୁପଲ୍ଲୀରେ ଥିବା ଅନ୍ୟ ଜଣେ ବାନ୍ଧବୀ(ଅଭିଯୁକ୍ତର ମା’)ଙ୍କ ପାଖକୁ ବୁଲିବାକୁ ଯାଇଥିଲେ। ସେତେବେଳେ ଅଭିଯୁକ୍ତ ଘରେ ଏକୁଟିଆ ଥିଲେ। ମହିଳାଙ୍କୁ ଏକୁଟିଆ ପାଇ ସେ ବଳପୂର୍ବକ  ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ସ୍ଥାନୀୟ ଲୋକଙ୍କୁ ଘଟଣା ବିଷୟରେ କହିଥିଲେ। ପରେ ପ୍ଲାଣ୍ଟସାଇଟ୍ ପୁଲିସ୍‌ ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe