ଯୁବତୀଙ୍କ ଘର ଆଗରେ ଜୀବନ ହାରିଲେ ଯୁବକ; ପତ୍ନୀ ଥିବା ସତ୍ତ୍ବେ ବାହାରେ ରଖିଥିଲେ ପ୍ରେମ ସଂପର୍କ

Advertisment
ଯୁବତୀଙ୍କ ଘର ଆଗରେ ଜୀବନ ହାରିଲେ ଯୁବକ; ପତ୍ନୀ ଥିବା ସତ୍ତ୍ବେ ବାହାରେ ରଖିଥିଲେ ପ୍ରେମ ସଂପର୍କ

ରାଉରକେଲା: ରାଉରକେଲାର  ସେକ୍ଟର -୧୬ ଜଗନ୍ନାଥପାଲିସ୍ଥିତ ଯୁବତୀଙ୍କ ଘର ଆଗରେ ଜଣେ ଯୁବକ ନିଜ ଜୀବନ ହାରିବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ହେଲେ ସେକ୍ଟର ୧୫ ଏଚ ବ୍ଲକ ବସ୍ତିର ସୋନୁ ବଡ଼ାଇକ। ସେକ୍ଟର ୧୫ ପୁଲିସ ଘଟଣା ଘଟିବା ପରେ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଯୁବତୀଙ୍କ ପରିବାରର ନିର୍ଯାତନା ସହି ନ ପାରି ସୋନୁ ଏଭଳି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି।

ସୂଚନ‌ାରୁ ପ୍ରକାଶ ‌ଯେ ସୋନୁ ସେକ୍ଟର ୧୮ର ଏକ ସିକୁରିଟି ସଂସ୍ଥାରେ ସୁପରଭାଇଜର ଭାବେ କାମ କରୁଥିଲେ। ସେ ସଂସ୍ଥାରେ ଜଣେ ଯୁବତୀ ମଧ୍ୟ କାମ କରନ୍ତି। ତାଙ୍କ ସହ ସୋନୁଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସୋନୁ ଆଗରୁ ବିବାହ କରିଥିଲେ ମଧ୍ୟ ଯୁବତୀଙ୍କ ସହ ସମ୍ପର୍କରେ ଥିଲେ। ପରେ ଯୁବତୀ ଜଣକ ସୋନୁଙ୍କୁ ତାଙ୍କ ପତ୍ନୀଙ୍କୁ ଛାଡି ତାଙ୍କୁ ବାହା ହେବାକୁ ଜିଦ ଧରିଥିଲେ। କଥା ନ ରଖିବାରୁ ଯୁବତୀଙ୍କ ପରିବାର ସୋନୁକୁ ମାଡ଼ ମାରିଥିଲେ। ସେମାନେ ସୋନିଙ୍କୁ ବିବାହ ପାଇଁ ଚାପ ପକାଇଥିଲେ। ସୋନୁ ଏନେଇ ସେକ୍ଟର ୧୫ ଥାନାର ଦ୍ୱାରସ୍ତ ହୋଉଥିଲେ। ମାତ୍ର ଥାନାରେ ତାଙ୍କ କଥାର ସମାଧାନ ହୋଇ ପାରିନଥିଲା। ଶେଷରେ ସୋନୁ ଗତକାଲି ବିଳମ୍ବିତ ରାତିରେ ଯୁବତୀଙ୍କ ଘର ଆଗରେ ବେକରେ ରଶି ଲଗାଇ ଜୀବନ ହାରିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe