ରାଉରକେଲା : କରୋନା ସଂପର୍କିତ ମିଛ ପ୍ରଚାର କରି ଜେଲ୍‌ ଗଲେ ଯୁବକ

କାଶୀନଗର : ଲକ୍‌ଡାଉନ୍‌ ନିର୍ଦ୍ଦେଶ ଉଲ୍ଲଂଘନ, ଚର୍ଚ୍ଚ ପରିଚାଳକଙ୍କ ସମେତ ୮ ଗିରଫ

ରାଉରକେଲା : କରୋନା ସଂପର୍କିତ ମିଛ ପ୍ରଚାର କରି ଜେଲ୍‌ ଗଲେ ଯୁବକ

ରାଉରକେଲା : କରୋନା ସଂପର୍କୀତ କୌଣସି ଗୁଜବ ପ୍ରଚାର ପ୍ରସାର ନ କରିବାକୁ ସରକାରଙ୍କ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ଏହାକୁ ଭ୍ରୂକ୍ଷେପ ନ କରି ଫେସ୍‌ବୁକ୍‌ରେ ମିଛ ପ୍ରଚାର କରିଥିବାରୁ ମହମ୍ମଦ ନସୀମ ଅଖତର ନାମକ ଜଣେ ଯୁବକଙ୍କୁ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ପ୍ଲାଣ୍ଟ୍‌ସାଇଟ୍‌ ଥାନା ଅନ୍ତର୍ଗତ କ୍ୟୁରେସି ମହଲାରେ ରହନ୍ତି ନସୀମ (୩୧)। ନସୀମ ଗତକାଲି ପୂର୍ବାହ୍ନରେ ନିଜ ଫେସ୍‌ବୁକ୍‌ ପୃଷ୍ଠାରେ କରୋନା ସଂକ୍ରାନ୍ତ ଏକ ବିବାଦୀୟ ପୋଷ୍ଟ୍‌ କରିଥିଲେ। ଏକ ନିର୍ଦ୍ଦିଷ୍ଟ ମନ୍ଦିରରୁ ମାଙ୍କ ଦର୍ଶନ କରି ଫେରିଥିବା ବହୁ ‌ଭକ୍ତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସେ ପୋଷ୍ଟ୍‌ କରିଥିଲେ। ଏନେଇ ପ୍ଲାଣ୍ଟ୍‌ସାଇଟ ପୁଲିସ ଖବର ପାଇବାପରେ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା। ପରେ ଉକ୍ତ ବିବାଦୀୟ ପୋଷ୍ଟକୁ ଡିଲିଟ୍‌ କରାଯାଇଥିଲା। ପୁଲିସ ଅଭିଯୁକ୍ତଙ୍କ ନାଁରେ ମାମଲା (ଦଫା-୧୫୩ (ଏ)/ ୨୯୫ (ଏ)/ ୫୦୪/୫୦୫/ ୧୮୮ ଆଇପିସି/ ୬୬ ଆଇଟି ଆକ୍ଟ) ରୁଜୁ କରି ଆଜି ଗିରଫ କରିଛି।

ଲକ୍‌ଡାଉନ୍‌ ନିର୍ଦ୍ଦେଶ ଉଲ୍ଲଂଘନ, ଚର୍ଚ୍ଚ ପରିଚାଳକଙ୍କ ସମେତ ୮ ଗିରଫ
କାଶୀନଗର : କରୋନା ଭୂତାଣୁ ସ˚କ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯାଇ ସାମାଜିକ ଦୂରତା ରକ୍ଷା କରିବା ସକାଶେ କଟକଣା ଜାରି କରାଯାଇଛି। ଏଥିପାଇଁ କୈାଣସି ମନ୍ଦିର, ମସଜିଦ୍ ଓ ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା ସଭା କିମ୍ବା ପୂଜା ପାଇଁ ଭିଡ଼ ଉପରେ ରୋକ୍‌ ଲଗାଯାଇଛି। ଏହା ସତ୍ତ୍ବେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରି ଗଜପତି ଜିଲ୍ଲା କାଶୀନଗର ବ୍ଲକ୍‌ ଶିଆଳି ପଞ୍ଚାୟତ ପାଲମାନଗୁଡ଼ାର ଏକ ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା ସଭାର ଆୟୋଜନ କରା ଯାଇଥିଲା। ଏ ସ˚ପର୍କରେ କାଶୀନଗର ପୁଲିସ ଖବର ପାଇ ଚଢ଼ଉ କରିଥିଲା। ପୁଲିସ ଆସିବା ଜାଣି ପ୍ରାୟ ୫୦ ଜଣ ଖସି ପଳାଇଥିବା ବେଳେ ଚର୍ଚ୍ଚର ମୁଖ୍ୟ ପରିଚାଳକଙ୍କ ସମେତ ୮ ଜଣ ଧରା ପଡ଼ିଛନ୍ତି। ସେମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯିବା ସହ ସେମାନଙ୍କୁ ଗିରଫ କରାଯାଇଛି ବୋଲି କାଶୀନଗର ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe