ବୀରମିତ୍ରପୁର: ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଲଙ୍ଗବୀରା ପଞ୍ଚାୟତ ବାରାମାସ ଗ୍ରାମର ରବୀନ୍ଦ୍ର କୁଜୁର(୨୮) ବାଇକ୍ (ଓଡ଼ି ୧୪ ଏଲ୍ ୦୬୪୬) ଯୋଗେ ନିଜ ଗ୍ରାମରୁ ଆସୁଥିବା ବେଳେ ଭାଟିରୋଡ଼ ନିକଟସ୍ଥ ଇଲେକ୍ଟ୍ରିପୋଲକୁ ଧକ୍କା ଦେଇ କିଛି ଦୂରକୁ ଛିଟିକ୍ ପଡିଥିଲେ। ତାଙ୍କର ଡାହାଣ ଗୋଡ଼ଟି ଭାଙ୍ଗିଯାଇଥିବା ବେଳେ ଶରୀରର ଅନେକ ସ୍ଥାନରେ କ୍ଷତାକ୍ତ ହୋଇଛି। ଖବର ପାଇ ବୀରମିତ୍ରପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଚିକିତ୍ସା ପାଇଁ ବୀରମିତ୍ରପୁର ଡାକ୍ତରଖାନାକୁ ପଠାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣାରେ ଯୁବକ ଗୁରୁତର
Advertisment
Follow Us