ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡା ଥାନା ଦର୍ଲିପାଲିର ପ୍ରେମାନନ୍ଦ ମୋବାଇଲ ଓ ଭେରାଇଟି ଷ୍ଟୋରରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ଏଠାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିଯାଇଛି।
/sambad/media/post_attachments/wp-content/uploads/2022/02/c0117bfa-3d76-4b79-8e1d-872b972cd2d7-300x169.jpg)
ନିଆଁରେ ଦୋକାନର ଓମଫେଡ, ଇଲେକ୍ଟ୍ରିକ୍ ଓ ଷ୍ଟେସନାରି ସାମଗ୍ରୀ ସହ ଏକ ବଲେରୋ ଜଳିଯାଇଛି। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
Follow Us