କରୋନା: ସୁନ୍ଦରଗଡ଼-ଝାରସୁଗୁଡ଼ା ଜଙ୍ଗଲ ରାସ୍ତା ସିଲ କଲା ପ୍ରଶାସନ

କରୋନା: ସୁନ୍ଦରଗଡ଼-ଝାରସୁଗୁଡ଼ା ଜଙ୍ଗଲ ରାସ୍ତା ସିଲ କଲା ପ୍ରଶାସନ

ଝାରସୁଗୁଡ଼ା: ପଡ଼ୋସୀ ଜିଲ୍ଲା ସୁନ୍ଦରଗଡ଼ରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ପରେ ଏବେ ଝାରସୁଗୁଡ଼ା ଜିଲ୍ଲାକୁ ଏହାର ସଂକ୍ରମଣ ଆଶଙ୍କା ଦେଖା ଦେଇଛି। ଝାରସୁଗୁଡ଼ା ଜିଲ୍ଲାକୁ ଏବେ ବିଭିନ୍ନ ରାସ୍ତାରେ ପ୍ରତିଦିନ ଅନ୍ୟ ଜିଲ୍ଲା ଓ ବାହାର ରାଜ୍ୟରୁ ବହୁ ଲୋକ ଆସିବା ଆରମ୍ଭ କରିଛନ୍ତି। ବାହାର ଲୋକ ଆସି ଝାରସୁଗୁଡ଼ା ସହରରେ ତାଙ୍କ ସଂପର୍କିୟଙ୍କ ଘରେ ରହି ଯାଉଥିବା ବେଳେ ବହୁ ଲୋକ ଖାଲିଥିବା ଭଡ଼ାଘରେ ରହି ଯାଉଥିବା ନେଇ ଏକାଧିକ ଅଭିଯୋଗ ଆସୁଛି।

ଅଭିଯୋଗ ପାଇ ପୁଲିସ ଓ ମାଜିଷ୍ଟ୍ରେଟ୍‌ ସଂପୃକ୍ତ ଲୋକଙ୍କ ପାଖକୁ ଯାଇ ତାଙ୍କୁ ଘରେ ସଙ୍ଗରୋଧ ରହିବାକୁ ପରାମର୍ଶ ଦେଇ ଫେରି ଆସୁଛନ୍ତି । ପୁଲିସ ଗଲାପରେ ସେମାନେ ସଙ୍ଗରୋଧ କଥାକୁ ଆଦୌ ଖାତିର କରୁନଥିବା ଅଭିଯୋଗ ହେଉଛି। ଫଳରେ ସହରବାସୀ ଏବେ ଆତଙ୍କିତ ହୋଇ ପଡ଼ିଛନ୍ତି। ଝାରସୁଗୁଡ଼ା- ସୁନ୍ଦରଗଡ଼ ଲାଗି ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାକୁ ଝାରସୁଗୁଡ଼ା ରାଜ୍ୟ ରାଜପଥ ବ୍ୟତୀତ ବିଭିନ୍ନ ଗ୍ରାମ୍ୟ ରାସ୍ତା ରହିଛି।

publive-image

ଏହି ରାସ୍ତାରେ କରୋନା ସଂକ୍ରମିତ ଯେଭଳି ନଆସନ୍ତି ସେଥିପ୍ରତି ପ୍ରଶାସନ ସତର୍କ ଦୃଷ୍ଟି ଦେଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାର ବିଭିନ୍ନ ପ୍ରବେଶ ପଥ ଯଥା ଜାତୀୟ ରାଜପଥ , ରାଜ୍ୟ ରାଜପଥ ଓ ପୂର୍ତ୍ତ ବିଭାଗ ରାସ୍ତାଗୁଡିକରେ ପ୍ରବେଶ କଟକଣା କଡ଼ାକଡ଼ି କରାଯାଇଥିବା ଜଣାଯାଇଛି। ଜଙ୍ଗଲ ରାସ୍ତାରେ ମଧ୍ୟ ପ୍ରବେଶ କଟକଣାକୁ କଡ଼ାକଡ଼ି କରାଯାଇଛି ।

publive-image

ଜିଲ୍ଲାପାଳ ସରୋଜ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଆଜି ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଲଖନପୁର ବ୍ଲକର କୋଇଲିଘୁଗର ଫରେଷ୍ଟ ରୋଡ଼ ( ୪କି.ମି.) ଓ ବେତଝରଣ ହିମଗିରି ଫରେଷ୍ଟ ରୋଡ଼ ( ୪ କି.ମି.) ପ୍ରଭୃତି ରାସ୍ତାକୁ ସିଲ୍‌ କରି ଦିଆଯାଇ ଫରେଷ୍ଟ ଗାର୍ଡ ମୁତୟନ କରାଯାଇ ବାହାର ଜିଲ୍ଲାରୁ ଝାରସୁଗୁଡ଼ା ଜିଲ୍ଲାକୁ ପ୍ରବେଶ ଉପରେ କଟକଣାକୁ କଡ଼ାକଡ଼ି କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe