ଦୁର୍ବଳ ବିଜେଡି କଂଗ୍ରେସ ନେତାଙ୍କୁ ନେଇ ଶକ୍ତି ବୃଦ୍ଧି କରୁଛି

Advertisment

ସୁନ୍ଦରଗଡ଼ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମତ ପ୍ରକାଶ

ସୁନ୍ଦରଗଡ଼ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମତ ପ୍ରକାଶ

ଦୁର୍ବଳ ବିଜେଡି କଂଗ୍ରେସ ନେତାଙ୍କୁ ନେଇ ଶକ୍ତି ବୃଦ୍ଧି କରୁଛି

ସୁନ୍ଦରଗଡ଼ : ‘ପଶ୍ଚିମ ଓଡ଼ିଶା ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଜୁ ଜନତା ଦଳର ସ୍ଥିତି ଦୁର୍ବଳ। ସେ ନେଇ ଦଳ ନିଜ ସ୍ଥିତି ସଜାଡ଼ିବାକୁ କଂଗ୍ରେସ ନେତାଙ୍କୁ ଲୋଡ଼ୁଛି। ସୁନ୍ଦରଗଡ଼ ଓ ତଳସରା ବିଧାନସଭାମଣ୍ଡଳୀରେ ଖାତା ଖୋଲି ନଥିବା ବିଜେଡି ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂଙ୍କ ପରେ ପ୍ରଫୁଲ୍ଲ ମାଝୀଙ୍କୁ ଦଳରେ ସାମିଲ କରିଛି। ସେହିପରି ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ନେଇ କୋରାପୁଟ ଜିଲ୍ଲାରେ ଦଳର ଶକ୍ତି ବୃଦ୍ଧି ପାଇଁ ଲାଗିପଡ଼ିଛି, ତେବେ କଂଗ୍ରେସ ନେତାଙ୍କୁ ଦଳରେ ସାମିଲ କରି ବିଜେଡି କେବେ ସଫଳ ହେବ ନାହିଁ’।

ମଙ୍ଗଳବାର ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲା କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ତଥା ଜିଲ୍ଲା ପଛୁଆବର୍ଗ କମିଟି ବୈଠକରେ ପିସିସି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ପଛୁଆବର୍ଗ ସେଲ୍ ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ବେଉରା ନିଜ ବକ୍ତବ୍ୟରେ ଏହା କହି ବିଜେଡିକୁ ସମାଲୋଚନା କରିଥିଲେ। ଜିଲ୍ଲା ସଭାପତି ବେଣୁମାଧବ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପିସିସି ପର୍ଯ୍ୟବେକ୍ଷକ ତଥା ଏଆଇସିସି ସାଧାରଣସମ୍ପାଦକ ଡ. ଏ. ଚେଲ୍ଲା କୁମାରଙ୍କ ଆସନ୍ତା ସୁନ୍ଦରଗଡ଼ ଗସ୍ତ, ପଞ୍ଚାୟତସ୍ତରରେ ସାଂଗଠନିକ କାର୍ଯ୍ୟକ୍ରମ ଓ ଆଗାମୀ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଏଥିପାଇଁ ଏକ ରଣନୀତି ପ୍ରସ୍ତୁତ କରି ତାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା। ବୈଠକରେ ଜିଲ୍ଲା ଦାୟିତ୍ବରେ ଥିବା ପିସିସି ପର୍ଯ୍ୟବେକ୍ଷକ ପ୍ରଦୀପ ମହାପାତ୍ର, ପିସିସି ସାଧାରଣସମ୍ପାଦକ ରାଜକିଶୋର ଷଡ଼ଙ୍ଗୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ କାର୍ଯ୍ୟକ୍ରମ, ଅହେତୁକ ଦର ବୃଦ୍ଧିର ସମାଲୋଚନା କରି ପଞ୍ଚାୟତ ନିର୍ବାଚନ ସମୟରେ ଏହାକୁ ମୁଖ୍ୟ ଅସ୍ତ୍ର କରି ଲୋକଙ୍କ ପାଖକୁ ଯିବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ବ୍ଲକ୍ ଓ ପୌରାଞ୍ଚଳ ସଭାପତି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ସୁଚିନ୍ତିତ ମତାମତ ରଖିଥିଲେ। ସେମାନଙ୍କ ମଧ୍ୟରେ ବ୍ଲକ୍ ସଭାପତି ପୁରୁଷୋତ୍ତମ ପ୍ରଧାନ, ରଘୁନାଥ ଅମାତ, ଶୁକଦେବ ବଢ଼େଇ, ଦୀନବନ୍ଧୁ ନାଏକ, ଶୁଭେନ୍ଦୁ ନାଏକ, ସୁଧାଂଶୁ ପଶାୟତ, ଲାଲମା ଲାକ୍ରା, ସନ୍ତୋଷ ବେହେରା, ନାରାୟଣ ସାହୁ, ରେବତୀ ମହନ୍ତ, ରାଜକିଶୋର ସାହୁ, ସାଜିଦ ଅହମ୍ମଦ, ଏଚ.କେ. ଉପାଧ୍ୟାୟ, ସୁନ୍ଦରଗଡ଼ ପୌରାଞ୍ଚଳ ସଭାପତି ନେପାଳଚନ୍ଦ୍ର ସାହୁ, ବିକ୍ରମ ପଟ୍ଟନାୟକ, ଆସମା ଖାତୁନ, ବିନିତା ନାଏକ, ସରୋଜିନୀ ବାଙ୍କରା, ଜିଲ୍ଲା ଏସସି ସେଲ୍ ସଭାପତି ଶଶୀ ସାଗର, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆଲବର୍ଟ କିଣ୍ଡୋ, ଜିଲ୍ଲା ପଛୁଆବର୍ଗ ସଭାପତି ଅରୁଣ ପଟେଲ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିନା ଟପ୍ପୋ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବୈଠକରେ ପର୍ଶୁରାମ ସରାଫ, ସଂଜୟ ସାହୁ, ରାଜ୍ୟ ସେବା ଦଳ ପର୍ଯ୍ୟବେକ୍ଷକ ମୁନୁ ସରାଫ, ସୁଭାଶିଷ ବାନାର୍ଜୀ, ଗୋବିନ୍ଦଚନ୍ଦ୍ର ଭୋଇ, ରମଣୀରଞ୍ଜନ ଯୋଶୀ, ଶରତ ପୁରୋହିତ, ବିଧାନସଭା ଯୁବ ସଭାପତି ବିଶ୍ବଜିତ ପଟ୍ଟନାୟକ, ମହମ୍ମଦ ନାଜିର, ତନବିର ଆଲମ, ଅଦ୍ବୈଭତ ସରାଫ, ଶିବ ମୁଣ୍ଡା, ମୁନୁ ମୁଣ୍ଡା, ସୁକାନ୍ତି ସୋରେଙ୍ଗ, ସୁରେଶ ବାରିକ, ଦେବାଶିଷ ଦାସ, ଶଶୀଭୂଷଣ ଚୌରାସିଆ, ଚିନ୍ତାମଣି ସାହୁଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ କର୍ମକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe