୫୫୩୦ ହେକ୍ଟରରେ ହେବ ତୈଳବୀଜ ଚାଷ :ସର୍ବାଧିକ ୧୫୦୦ ହେକ୍ଟରରେ ସୂର୍ଯ୍ୟମୁଖୀ

Advertisment
୫୫୩୦ ହେକ୍ଟରରେ ହେବ ତୈଳବୀଜ ଚାଷ :ସର୍ବାଧିକ ୧୫୦୦ ହେକ୍ଟରରେ ସୂର୍ଯ୍ୟମୁଖୀ

ଜୟପୁର: କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଳକରେ ଚଳିତ ରବିଋତୁରେ ମୋଟ ୫ ହଜାର ୫୩୦ ହେକ୍ଟର ଜମିରେ ତୈଳବୀଜ ଚାଷ କରାଯାଉଛି। ସର୍ବାଧିକ ୧୫୦୦ ହେକ୍ଟରରେ ସୂର୍ଯ୍ୟମୁଖୀ ଫୁଲ ଚାଷ ଏବଂ ସବୁଠୁ କମ ୧୦୦ ହେକ୍ଟରରେ କୁସୁମ ଚାଷ କରାଯାଉଛି। ଏବର୍ଷ ରବିଋତୁରେ ୩୪୦ ହେକ୍ଟରରେ ହେବ ଚିନାବାଦାମ ଚାଷ । ବୈପାରିଗୁଡା ବ୍ଲକରେ ୧୨୦ ହେକ୍ଟର, ଜୟପୁରରେ ୪୦ ଓ କୋରାପୁଟ ବ୍ଳକରେ ୫୦ ହେକ୍ଟରରେ ଏହି ଚାଷ କରାଯିବ। ସେହିପରି ଜିଲ୍ଲାରେ ୬୫୦ ହେକ୍ଟରରେ ରାଶି ଚାଷ କରାଯିବ। ବନ୍ଧୁଗାଁ ବ୍ଳକରେ ୧୮୦ ହେକ୍ଟର, ବୋରିଗୁମ୍ମା ବ୍ଲକରେ ୧୦୫ ହେକ୍ଟର, କୁନ୍ଦୁରାରେ ୧୦୫ହେକ୍ଟର, ନାରାୟଣ ପାଟଣାରେ ୨୬୦ ହେକ୍ଟରରେ ଚାଷ କରାଯିବ। କୋରାପୁଟ ବ୍ଳକରେ ୨୫୦ ହେକ୍ଟର, କୁନ୍ଦୁରା ବ୍ଲକରେ ୨୫୦ ହେକ୍ଟର ଏବଂ ନାରାୟଣ ପାଟଣା ବ୍ଳକରେ ୫୦୦ ହେକ୍ଟର ଜମିରେ ଏହି ଚାଷ କରାଯାଉଥିବା ଜିଲ୍ଲା କୃଷି ବିଭାଗରୁ ସୂଚନା ମିଳିଛି। ୧ ହଜାର ହେକ୍ଟର ଜମିରେ ଅଳସୀ ଚାଷ କରାଯିବା ଲକ୍ଷ୍ୟ ରହିଛି ।

publive-image

୪୮୦ ହେକ୍ଟରରେ ଜଡା ଚାଷ ଲାଗି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ବନ୍ଧୁଗାଁ ବ୍ଲକରେ ୯୦ ହେକ୍ଟର, ବୈପାରିଗୁଡାରେ ୫, ବୋରିଗୁମ୍ମାରେ ୧୭୨, ଜୟପୁରରେ ୩୩ ଏବଂ ନାରାୟଣପାଟଣା ବ୍ଳକରେ ୧୮୦ ହେକ୍ଟରରେ ଏହି ଚାଷ କରାଯାଉଛି। ସେହିପରି ୧୩୦୦ ହେକ୍ଟରରେ ହେବ ରାଶି ଚାଷ। ବୈପାରିଗୁଡା ବ୍ଳକରେ ୫୦୦ ହେକ୍ଟର, ପଟ୍ଟାଙ୍ଗୀରେ ୩୦୦ ଏବଂ ସେମିଳିଗୁଡାରେ ୫୦୦ ହେକ୍ଟର ଜମିରେ ଏହା ଚାଷ ହୋଇଛି । ସର୍ବାଧିକ ୧୫୦୦ହେକ୍ଟର ଜମିରେ କରାଯାଉଛି ସୂର୍ଯ୍ୟମୁଖୀ ଚାଷ। ବୋରିଗୁମ୍ମା ବ୍ଳକରେ ୪୦୦ ହେକ୍ଟର, ବନ୍ଧୁଗାଁରେ ୨୦୦, ଦଶମନ୍ତପୁରରେ ୧୫୦, କୋରାପୁଟରେ ୫୦, କୁନ୍ଦୁରାରେ ୧୫୦, ଲକ୍ଷ୍ମୀପୁରରେ ୨୦୦, ଲମତାପୁଟରେ ୧୦୦, ସେମିଳିଗୁଡାରେ ୫୦ ଏବଂ ନନ୍ଦପୁରରେ ୨୦୦ ହେକ୍ଟର ଜମିରେ ଏହି ଚାଷ କରାଯିବ। ଜିଲ୍ଲାର ବୋରିଗୁମ୍ମା ଏବଂ କୁନ୍ଦୁରା ବ୍ଲକରେ କେବଳ କୁସୁମ ଚାଷ କରାଯିବ। ବୋରିଗୁମ୍ମାରେ ୮୦ ହେକ୍ଟର ଏବଂ କୁନ୍ଦୁରା ବୃକରେ ୨୦ ହେକ୍ଟର ଜମିରେ ଏହି ଚାଷ କରାଯାଉଛି। ସେହିପରି ତୈଳବୀଜ ଲିନସିଡ୍ ଜାତୀୟ( ଏକପ୍ରକାର ଅଳସୀ) ବୋରିଗୁମ୍ମାରେ ୬୦ ହେକ୍ଟର, ଜୟପୁରରେ ୨୦ ହେକ୍ଟର କୋଟପାଡରେ ୪୦ ହେକ୍ଟର ଜମିରେ କରାଯାଉଛି ବୋଲି ଜିଲ୍ଲା କୃଷି ବିଭାଗ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe