ପଢ଼ା ଖର୍ଚ୍ଚ ପାଇଁ ମୂଲ ଲାଗିଥିଲେ ଛାତ୍ରୀ: ଅଳ୍ପକେ ବର୍ତ୍ତିଲେ ସୁନୀତା, ଆରପାରିକୁ ଚାଲିଗଲେ ମାଁ

Advertisment
ପଢ଼ା ଖର୍ଚ୍ଚ ପାଇଁ ମୂଲ ଲାଗିଥିଲେ ଛାତ୍ରୀ: ଅଳ୍ପକେ ବର୍ତ୍ତିଲେ ସୁନୀତା, ଆରପାରିକୁ ଚାଲିଗଲେ ମାଁ

ମାଲକାନଗିରି: ଦଶମ ଶ୍ରେଣୀରେ ପରୀକ୍ଷା ଦେଇଥିଲେ। ଯୁକ୍ତ ଦୁଇରେ ପଢ଼ିବା ପାଇଁ ଟଙ୍କାର ଆବଶ୍ୟକତା ରହିଥିଲା। ବାପା ମା ମୂଲ କାମକୁ ଯାଉଥିବା ବ‌େଳେ ନିଜର ପଢ଼ା ଖର୍ଚ୍ଚ ପାଇଁ ତାଙ୍କ ସହିତ ମୂଲ କାମକୁ ଯାଉଥିଲେ। କିନ୍ତୁ ମୂଲ କାମ କରିବା ବେଳେ ପ୍ରକୃତିର କରାଳ ରୂପ ତାଙ୍କ ପରିବାରକୁ ଛାରଖାର କରିଦେଇଛି। ଆଖି ଆଗରେ ମା’ ଆରପାରିକୁ ଚାଲିଯାଇଥିବା ବ‌େଳେ ବାପାଙ୍ ଗ‌ୋଡ ଭାଙ୍ଗି ଥିବାରୁ ଚିକିତ୍ସାଳୟରେ ପଡିଛନ୍ତି। ଏଭଳି ସ୍ଥିତିରେ କଅଁଳ ବୟସ ସେହି ଝିଅ ପରିବାରକୁ କିଭଳି ଆଗକୁ ନେବ ସେ ନେଇ ଚିନ୍ତାରେ ପଡିଛି। ମାଲକାନଗିରି ବ୍ଲକର ଗନ୍ଧିପାଲୀ ଗ୍ରାମରେ ଅର୍ଜୁନ ବେନିଆଙ୍କ ଘରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠି ଅର୍ଜୁନଙ୍କ ସ୍ବାସ୍ଥବସ୍ଥା ଭଲ ନଥିବା ବ‌େଳେ ପତ୍ନୀ ତିଳୋତ୍ତମା ବେନିଆ ମୃତ୍ୟୁବରଣ କରିଛନ୍ତି। ଦଶମ ଶ୍ରେଣୀର ଝିଅ ସୁନୀତା ଉପରେ ପରିବାର ବୋଝ ପଡିଛି।

ସୁନିତାଙ୍କ କହିବାନୁଯାୟୀ, କାଲିମେଳା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁଡା ଗ୍ରାମରେ ତାଙ୍କର ପୈତୃକ ଘର। ମୂଲ କାମ କରିବା ପାଇଁ ତାଙ୍କର ପରିବାରବର୍ଗ ମାଲକାନଗିରି ଗନ୍ଧିପାଲୀ ଗ୍ରାମରେ ରହୁଛନ୍ତି। ପରିବାର କହିଲେ ବାପା, ମା ଓ ୫ ଭଉଣୀ। ବଡ ଭଉଣୀ ସୁଭଦ୍ରା ବିବାହ କରିଥିବା ବେଳେ ସୁନୀତା ଦ୍ବିତୀୟ ସନ୍ତାନ। ସେ ମାଲକାନଗିର ପ୍ରଧାନିଗୁଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀ ପଢ଼ୁଥିଲେ। ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇ ସେ ପାସ୍ କରିଛନ୍ତି। ଆଗକୁ ଯୁକ୍ତ ଦୁଇ ପଢ଼ିବା ପାଇଁ ରହିଥିବା ବେଳେ ଘରେ ଅର୍ଥର ଅଭାବ ରହିଛି। କାହିଁକି ତୃତୀୟ ଭଉଣୀ ରମଣୀ ଅଷ୍ଟମ ଶ୍ରେଣୀ, କବିତା ୫ ଶ୍ରେଣୀ ଓ ସଙ୍ଗୀତା ପ୍ରଥମ ଶ୍ରେଣୀରେ ପଢ଼ୁଛନ୍ତି। ଘରେ ୪ ଝିଅର ପଢ଼ା ଖର୍ଚ୍ଚ ବହନ କରିବା ସହ ପରିବାର ଚଳାଇବା ବାପା ଓ ମାଙ୍କୁ ବହୁ କ‌ଷ୍ଟ ହେଉଛି। ତେଣୁ ଦଶମ ପରୀକ୍ଷା ଦେବା ପରେ ଯୁକ୍ତ ଦୁଇରେ ପଢ଼ିବା ପାଇଁ କିଛି ଅର୍ଥ ରୋଜଗାର କରିବା ପାଇଁ ଭାବିଥିଲେ। ବାପା ଓ ମାଙ୍କ ସହ ସେ ଏୟାରଷ୍ଟ୍ରିପ ନିର୍ମାଣ କାମକୁ ଯାଉଥିଲେ। ଗତକାଲି ମଧ୍ୟ ସ‌େ କାମକୁ ଯାଇଥିଲେ।

ଅପରାହ୍ନରେ ପବନ ହେବାରୁ ଏୟାରଷ୍ଟ୍ରିପ ପାଚେରୀ ନିକଟକୁ ସମସ୍ତେ ଦୌଡି ପଳାଇଥିଲେ। ସେଠାରେ ପାଚେରୀ ପଡିଯିବାରୁ ବାପା ଓ ମା ଗୁରୁତର ହୋଇପଡିଥିବା ବେଳେ ସୁନୀତା ଆହତ ହୋଇଥିଲେ। ବାପାଙ୍କ ଗୋଡରେ ଓ ମାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସମସ୍ତଙ୍କୁ ନେଇଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ମା ତିଳୋତ୍ତମା ମୃତ୍ୟୁବରଣ କରିଥିଲ। ବାପା ଅର୍ଜୁନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି। ଏଭଳି ସ୍ଥିତିରେ ସୁନୀତା ଉପରେ ପରିବାରର ବୋଝ ପଡିଛି। ବାପାଙ୍କ ଚିକିତ୍ସା ସହ ୩ ଭଉଣୀଙ୍କୁ କିଭଳି ଯତ୍ନ କରିବେ ଓ ନିଜେ ପାଠ ପଢ଼ି ସ୍ବପ୍ନ ପୂରଣ କରିବେ ସେ ଚିନ୍ତାରେ ପଡିଛନ୍ତି। ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ ପାଇଁ ସୁନୀତା ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe